AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

COASTAL NEWS ODIA 1222

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ



ଭୁବନ - (CNO) ଭଞ୍ଜ ବିହାରୀ ମହାନ୍ତି - ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର ଏକ ଦମ୍ପତି ୨୦ତାରିଖରେ ଭୁବନ ଆସିଥିଲେ।

ସଂଧ୍ୟାରେ ସେମାନେ ଏକ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ କେନାଲ ରାସ୍ତାରେ ୫ଜଣ ଯୁବକ ସେମାନଙ୍କୁ ଅକଟାଇଥିଲେ। ସ୍ବାମୀଙ୍କୁ ପ୍ରବଳ ମାଡ଼ ମାରିବା ସହ ଉଭୟଙ୍କ ଠାରୁ ୨ଟି ମୋବାଇଲ ଛଡାଇନେଇଥିଲେ।
ପରେ ମହିଳାଙ୍କୁ ୫ଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାକୁ ମୋବାଇଲରେ ରେକର୍ଡ କରିବା ସହ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏକ ମୋବାଇଲ ନମ୍ବରରେ ୟୁପିଆଇ ଜରିଆରେ ୧୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ।

ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ଭୂବନରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଢେ଼ଙ୍କାନାଳ ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।.

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...