AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଇ-ନିଲାମୀରେ ୯୧୨ଟି ସାମଗ୍ରୀ

COASTAL NEWS ODIA 1253
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଇ-ନିଲାମୀରେ ୯୧୨ଟି ସାମଗ୍ରୀ


 
ନୂଆଦିଲ୍ଲୀ -(CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାର ଓ ମେମେଣ୍ଟୋର ପଞ୍ଚମ ପର୍ଯ୍ୟାୟ ଇ-ନିଲାମୀ ପ୍ରକ୍ରିୟା ଚଳିତ ମାସ ୩୧ରେ ଶେଷ ହେଉଛି। ଏହା ଅକ୍ଟୋବର ୨ରେ ଆରମ୍ଭ ହୋଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ମିଳିଥିବା ଉପହାର ଗୁଡ଼ିକର ଇ-ନିଲାମ ପାଇଁ ଏହି ବ୍ୟବସ୍ଥା କରାଯାଇଛି। 

ଏଥିରେ ଦେଶର ସାଂସ୍କୃତିକ ବିଭବକୁ ଦର୍ଶାଉଥିବା ବିଭିନ୍ନ ପ୍ରତିକୃତି ରହିଛି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି କହିଛନ୍ତି, ଏହି ଇ-ନିଲାମୀ ପ୍ରକ୍ରିୟା ଲୋକପ୍ରିୟ ହୋଇଛି। ସେ କହିଛନ୍ତି, ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳତା ଲାଭ କରିଛି। 

ଚଳିତଥର ୯୧୨ଟି ସାମଗ୍ରୀ ଇ-ନିଲାମ ପାଇଁ ରଖାଯାଇଛି। ଗତ ୪ଟି ଇ-ନିଲାମୀରେ ୭ହଜାରରୁ ଅଧିକ ସାମଗ୍ରୀ ବିକ୍ରି କରାଯାଇଛି। ଏଥିରୁ ମିଳୁଥିବା ଅର୍ଥ ଗଙ୍ଗାନଦୀ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଇଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...