AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ଗୁଗଲ ଦେବ ଲୋନ

COASTAL NEWS ODIA 1212

ଗୁଗଲ ଦେବ ଲୋନ
ଗୁଗଲ ଦେବ ଲୋନ

 

 
ନୂଆଦିଲ୍ଲୀ,୨୨।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍‌ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ ଆପ ‘ଗୁଗଲ-ପେ’ ଦ୍ୱାରା ଏହି ସେବା ଉପଲବ୍ଧ ହେବ। ତେବେ ଗୁଗଲର ଏହି ଫିଚର୍ସ ଫୋନ-ପେ ଓ ଭାରତ ପେ ପାଇଁ ଆହ୍ବନ ହୋଇପାରେ। ଗୁଗଲ ଏଥିପାଇଁ ଏହାର ଗୁଗୁଲ ପେ ଡାଟାବେସକୁ ବ୍ୟବହାର କରିବାକୁ ଯାଉଛି।

ପୂର୍ବରୁ ଗୁଗଲ ଭାରତରେ ସ୍ବତନ୍ତ୍ର ଦେୟ ନେଣଦେଣ ସେବା ‘ତେଜ’ ଆରମ୍ଭ କରିଥିଲା। ପରେ ଏହା ‘ଗୁଗଲ ପେ’ ବା ‘ଜି-ପେ’ ଭାବରେ ଜଣାଶୁଣା। ଏହି ପ୍ଲାଟଫର୍ମ ମାଧ୍ୟମରେ ଦେଶର କୋଟି କୋଟି ଲୋକ ୟୁପିଆଇ ଟ୍ରାଞ୍ଜାକ୍ସନ କରିଥାନ୍ତି। ଭାରତରେ ସମୁଦାୟ ୟୁପିଆଇ ଟ୍ରାଞ୍ଜାକ୍ସନର ୩୦ପ୍ରତିଶତ କେବଳ ଗୁଗଲ ପେ ମାଧ୍ୟମରେ ହୋଇଥାଏ। ବର୍ତ୍ତମାନ କମ୍ପାନୀ ଏହି ଡାଟାବେସ ବ୍ୟବହାର କରି ପେଟିଏମ ଏବଂ ଭାରତପେ ଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।

ଏହି ସେବା ଗୁଗଲରେ ପଞ୍ଜୀକୃତ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ମିଳିବାକୁ ଯାଉଛି। କମ୍ପାନୀ ‘ଗୁଗଲ ପେ’ ଡାଟାବେସ ଏବଂ ଏଆଇ ବ୍ୟବହାର କରି ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଦେବ। ଏଥିପାଇଁ ଗୁଗୁଲ ଅନେକ ବ୍ୟାଙ୍କ ଏବଂ NBFC (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ) ସହିତ ଟାଏ-ଅପ କରିଛି। ଏହି ସେବାରେ ଲୋକମାନେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ପ୍ରତି ମାସରେ ସର୍ବନିମ୍ନ ୧୧୧ ଟଙ୍କା ଦେଇ ନିଜର ଋଣ ପରିଶୋଧ କରିପାରିବେ।ବ୍ୟବସାୟ ହେଉ କି ଘରୋଇ ଲୋନ ଗୁଗଲ ସମସ୍ତଙ୍କୁ ଏହି ସେବା ଯୋଗାଇଦେବାକୁ ଯାଉଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...