AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ଋଷିକୁଲ୍ଯାରେ ବୁଡି ଯୁବ ଜୁନିଅର ଡାକ୍ତର ମୃତ

COASTAL NEWS ODIA 1224

ଋଷିକୁଲ୍ଯାରେ ବୁଡି ଯୁବ ଜୁନିଅର ଡାକ୍ତର ମୃତ



ସୋରଡ଼ା - ୨୨/୧୦(CNO ):ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଭଗବାନପୁର ପଞ୍ଚାୟତର ଋଷିକୂଲ୍ୟା ହୁଳହୁଳା ଗଣ୍ଡରେ ଗୋଡ ଖସିଯିବାରୁ ଜଣେ ଯୁବ ଜୁନିଅର ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଡାକ୍ତର ଜଣକ ହେଲେ ରାକେଶ କୁମାର ପାଢ଼ୀ (୨୮) । ରାକେଶ କନ୍ଧମାଳ ଜିଲ୍ଲା କେ. ନୂଆଁ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ମୃତ ରାକେଶଙ୍କ ଘର ବ୍ରହ୍ମପୁର ସହର ଗୋସାଇଁନୂଆଗାଁ ଅଞ୍ଚଳରେ। 

ଡା ରାକେଶ, ଦୁଇ ଜଣ ଡାକ୍ତର ବନ୍ଧୁ ଓ ଜଣେ ସମ୍ପକୀୟ ଭାଇଙ୍କ ସହ ଆଜି ହୁଳୁହୁଳା ଗଣ୍ଡକୁ ଭୋଜି କରିବା ପାଇଁ ଆସିଥିଲେ। ସାଙ୍ଗ ମାନଙ୍କ ସହ ପିକନିକ୍ କରିବା ସହ ଗଣ୍ଡରେ ପହଁରିବାର ମଜା ନେଉଥିଲେ। ହେଲେ ନଦୀରେ ପହଁରିବା ତାଙ୍କ ପାଇଁ କାଳ ହେଲା । ଗଣ୍ଡରେ ଗୋଡ ଖସି ଯିବାରୁ ରାକେଶ ବୁଡି ଯାଇଥିଲେ। ବନ୍ଧୁ ଡାକ୍ତର ଓ ସଂପର୍କୀୟ ଭାଇ ଏ ନେଇ ସ୍ଥାନୀୟ ଲୋଡିଥିଲେ।

ଲୋକଙ୍କ ସହାୟତା ଖବର ପାଇ ସୋରଡ଼ା ଥାନାଧିକାରୀ ଅନିଲ କୁମାର ପରିଡା ଓ ଅଗ୍ନିଶମ ଅଧିକାରୀ ଜଗନ୍ନାଥ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ଗଣ୍ଡ ନିକଟରୁ ଡାକ୍ତରଙ୍କ ଶବ ଉଦ୍ଧାର କରାଯାଇଥିଲା। ସୋରଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । 

ରାକେଶଙ୍କର ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଲା କି ଆଉ କେଉଁ କାରଣରୁ ବୁଡିଗଲେ ତାହାର ତଦନ୍ତ ଚାଲିଛି। ଘଟଣା ସମ୍ପର୍କରେ ସାଙ୍ଗ ଡାକ୍ତର ଓ ସମ୍ପର୍କୀୟ ଭାଇଙ୍କୁ ପଚରାଉଚରା କରାଯାଉଛି । ରାକେଶ ଏମ୍‌କେସିଜିରେ ପିଜି କରୁଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...