AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ଋଷିକୁଲ୍ଯାରେ ବୁଡି ଯୁବ ଜୁନିଅର ଡାକ୍ତର ମୃତ

COASTAL NEWS ODIA 1224

ଋଷିକୁଲ୍ଯାରେ ବୁଡି ଯୁବ ଜୁନିଅର ଡାକ୍ତର ମୃତ



ସୋରଡ଼ା - ୨୨/୧୦(CNO ):ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଭଗବାନପୁର ପଞ୍ଚାୟତର ଋଷିକୂଲ୍ୟା ହୁଳହୁଳା ଗଣ୍ଡରେ ଗୋଡ ଖସିଯିବାରୁ ଜଣେ ଯୁବ ଜୁନିଅର ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଡାକ୍ତର ଜଣକ ହେଲେ ରାକେଶ କୁମାର ପାଢ଼ୀ (୨୮) । ରାକେଶ କନ୍ଧମାଳ ଜିଲ୍ଲା କେ. ନୂଆଁ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ମୃତ ରାକେଶଙ୍କ ଘର ବ୍ରହ୍ମପୁର ସହର ଗୋସାଇଁନୂଆଗାଁ ଅଞ୍ଚଳରେ। 

ଡା ରାକେଶ, ଦୁଇ ଜଣ ଡାକ୍ତର ବନ୍ଧୁ ଓ ଜଣେ ସମ୍ପକୀୟ ଭାଇଙ୍କ ସହ ଆଜି ହୁଳୁହୁଳା ଗଣ୍ଡକୁ ଭୋଜି କରିବା ପାଇଁ ଆସିଥିଲେ। ସାଙ୍ଗ ମାନଙ୍କ ସହ ପିକନିକ୍ କରିବା ସହ ଗଣ୍ଡରେ ପହଁରିବାର ମଜା ନେଉଥିଲେ। ହେଲେ ନଦୀରେ ପହଁରିବା ତାଙ୍କ ପାଇଁ କାଳ ହେଲା । ଗଣ୍ଡରେ ଗୋଡ ଖସି ଯିବାରୁ ରାକେଶ ବୁଡି ଯାଇଥିଲେ। ବନ୍ଧୁ ଡାକ୍ତର ଓ ସଂପର୍କୀୟ ଭାଇ ଏ ନେଇ ସ୍ଥାନୀୟ ଲୋଡିଥିଲେ।

ଲୋକଙ୍କ ସହାୟତା ଖବର ପାଇ ସୋରଡ଼ା ଥାନାଧିକାରୀ ଅନିଲ କୁମାର ପରିଡା ଓ ଅଗ୍ନିଶମ ଅଧିକାରୀ ଜଗନ୍ନାଥ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ଗଣ୍ଡ ନିକଟରୁ ଡାକ୍ତରଙ୍କ ଶବ ଉଦ୍ଧାର କରାଯାଇଥିଲା। ସୋରଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । 

ରାକେଶଙ୍କର ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଲା କି ଆଉ କେଉଁ କାରଣରୁ ବୁଡିଗଲେ ତାହାର ତଦନ୍ତ ଚାଲିଛି। ଘଟଣା ସମ୍ପର୍କରେ ସାଙ୍ଗ ଡାକ୍ତର ଓ ସମ୍ପର୍କୀୟ ଭାଇଙ୍କୁ ପଚରାଉଚରା କରାଯାଉଛି । ରାକେଶ ଏମ୍‌କେସିଜିରେ ପିଜି କରୁଥିଲେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...