AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ନାବାଳିକା ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଏଲ. ଏନ. କଲେଜ, କୋରୁଆ ଓ କୁଦାନଗରୀ ଥାନାସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ପାଟକୁରା ବିଜେପି

COASTAL NEWS ODIA 1206

ନାବାଳିକା ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଏଲ. ଏନ. କଲେଜ, କୋରୁଆ ଓ କୁଦାନଗରୀ ଥାନାସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ପାଟକୁରା ବିଜେପି


କୋରୁଆ - (CNO) ଏଲ. ଏନ. କଲେଜ, କୋରୁଆ (L. N. College, Korua) ର ଜଣେ +2 ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ତ୍ୱରିତ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ଛାତ୍ରୀମାନଙ୍କର ସୁରକ୍ଷା, ଅପରାଧ ଓ ନିଶାମୁକ୍ତ କ୍ୟାମ୍ପସ ଇତ୍ୟାଦି ବିଷୟରେ ଭାରତୀୟ ଜନତା ପାର୍ଟି (BJP) ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା (Tejeswar Parida) ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ (Delegation ) ଆଜି ଶନିବାର (21st March 2023) ଦିନ ପ୍ରଥମେ L.N. College କର୍ତ୍ତୃପକ୍ଷ ଓ ପରେ କୁଦାନଗରୀ ଥାନା (Kudanagari Police Station) ସମ୍ମୁଖରେ ପ୍ରତିବାଦ କରିଛି !

ଏହା ସହ କଲେଜ ପ୍ରିନ୍ସିପାଲ ଓ ଥାନା ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ ଆଗାମୀ ଦିନରେ ଏଭଳି ଘଟଣାକୁ କିଭଳି ରୋକାଯାଇପାରିବ ସେଥିପାଇଁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ମଧ୍ୟ ରଖିଛନ୍ତି !

କଲେଜ ପ୍ରିନସିପାଲ କିଛି ମାସ ପୂର୍ବରୁ ଦାୟିତ୍ୱଗ୍ରହଣ କରିଥିବାରୁ ଆଗାମୀ ଦିନରେ ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ବିଜେପି ପ୍ରତିନିଧିମଣ୍ଡଳୀର ପରାମର୍ଶ ଆଗାମୀ ଦିନରେ କାମରେ ଲାଗୁ କରିବେ ବୋଲି ଆଶା ରଖିଛୁ ବୋଲି ତେଜେଶ୍ୱର ପରିଡ଼ା କହିଛନ୍ତି !

1) କଲେଜ କ୍ୟାମ୍ପସର ଅଧିକାଂଶ ସ୍ଥାନରେ CCTV ଲାଲାଗିନଥିବା ବେଳେ ଅନେକ CCTV କାମ କରୁନାହିଁ !

2) ପ୍ରାୟ 2021 ମସିହାରୁ କାମ ସରିଥିଲେ ମଧ୍ୟ କଲେଜ ପରିସରରେ ଥିବା 200 ଛାତ୍ରୀ ରହିବା ପାଇଁ ଥିବା Girls Hostel ଟି କାମ ନକରି ଅନ୍ୟ କାମରେ ଲାଗୁଛି ! କଲେଜ ବାହାରେ ଅସୁରକ୍ଷିତ ଭାବେ ଛାତ୍ରୀମାନେ ଘର ଭଡ଼ା ନେଇ ରହୁଛନ୍ତି !

3) L. N. College, Korua ର ପଛ ପଟ Boundery Wall ନଥିବାରୁ ପ୍ରତିଦିନ ଆସାମାଜିକ ବ୍ୟକ୍ତି ଏହା ମଧ୍ୟକୁ ପଶୁଛନ୍ତି !

4) ଛତ୍ରୀମାନଙ୍କ ସୁରକ୍ଷା ପାଇଁ Security Guard ବ୍ୟବସ୍ଥା କରାଯାଉ !

5) କଲେଜ ଉନ୍ନୟନ ପାଇଁ ମିଳିଥିବା ଅର୍ଥରେ Girls Hostel କାର୍ଯ୍ୟକ୍ଷମ କରିବା, ପଛ ପାଚେରୀ ନିର୍ମାଣ କରିବା, CCTV ସମ୍ପୂର୍ଣ୍ଣ ଭାବେ କ୍ୟାମ୍ପସରେ ଲଗାଇବା ପାଇଁ ଦାବି କରିଛି BJP |

ସେହିଭଳି ବିଜେପି ପ୍ରତିନିଧି ମଣ୍ଡଳୀ କୋରୁଆ ବଜାର ମଧ୍ୟରେ ପଦଯାତ୍ରା କରି ପ୍ରତିବାଦ କରିବା ସହ କୁଦାନଗରୀ ଥାନା ସମ୍ମୁଖରେ ମଧ୍ୟ ପ୍ରତିବାଦ କରିବା ସହ ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସମସ୍ତ ଦୋଷୀଙ୍କୁ ଗିରଫ ଓ ଆଗାମୀ ଦିନରେ ଏଭଳି ଘଟଣାକୁ ରୋକିବା ପାଇଁ ପ୍ରୟାସ କରିବା ପାଇଁ ଦାବି ରଖିଥିଲା ! ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ କୋରୁଆ ବଜାର ବନ୍ଦ କରାଯିବା ସହ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ତେଜେଶ୍ୱର ଚେତାବନୀ ଦେଇଛନ୍ତି !

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...