AFFILIATE MARKETING

https://binomo.com?a=90810425bb57&t=0

Friday, October 27, 2023

୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ

COASTAL NEWS ODIA 1275

୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ
 


 
ମହାକାଳପଡ଼ା : (CNO) ଭଞ୍ଜ ବିହାରୀ ମହାନ୍ତି - ଭାରତବର୍ଷରେ କୌଣସି ଶିଶୁ ଉପବାସରେ ନ ରହିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ବିଶେଷ କରି ଜନଜାତି ବର୍ଗର ଲୋକମାନଙ୍କର ବିକାଶ ପାଇଁ ସରକାର କହୁଥିବାବେଳେ ଏହାର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଜନଜାତି ବର୍ଗର ଶିଶୁମାନଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି ପାଇଛନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱହୀନତା ପାଇଁ ମା’ ଛେଉଣ୍ଡ ୨ ଯମଜ ଶିଶୁ ଖାଦ୍ୟ ନ ପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଶବରପଡ଼ାରେ। ମା’ ଛେଉଣ୍ଡ ୨ ଯମଜ ଶିଶୁ କାଞ୍ଚନ ଭକ୍ତାଙ୍କ ଘରେ ଜେଜେ ମା’ଙ୍କ କୋଳରେ ଆଶ୍ରା ନେଇଛନ୍ତି।
ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ଅଞ୍ଜଳି ଭକ୍ତା (୪୫)ଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା ପରେ ପୁଅ ବାମନଙ୍କ ସ୍ତ୍ରୀ ନୀଳିମା ଭକ୍ତା ୨ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ୩ ମାସ ପରେ ନୀଳିମା ଆରପାରିକୁ ଚାଲିଗଲେ। ନିରାଶ୍ରୟା ଅଞ୍ଜଳି ନିଜର ବାପ ଘର ମହାକଳପଡ଼ା ବ୍ଲକ ଶବରପଡ଼ାକୁ ବର୍ଷେ ପୂର୍ବେ ଆସି ଭାଉଜ କାଞ୍ଚନଙ୍କ ପାଖରେ ଆଶ୍ରା ନେଇଛନ୍ତି। ଭାବିଥିଲେ ଶାଶୁ ଘର ଅପେକ୍ଷା ବାପଘରେ ଭଲରେ ଚଳିବେ। ତେବେ ବାପଘରେ ପହଞ୍ଚତ୍ଲା ପରେ ଅଞ୍ଜଳିଙ୍କ ଦୁଃଖ ୨ଗୁଣ ହୋଇଗଲା। କାରଣ ବାପଘରେ ଖାଇବାକୁ ଖୁଦ ମୁଠେ ନ ଥିବାରୁ ଅଞ୍ଜଳିଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ୨ ଯମଜ ନାତୁଣୀନାତିଙ୍କ ମୁହଁରେ ଆହାର ଦେବାକୁ ଚିନ୍ତା ଘାରିଛି। ଅପରପକ୍ଷରେ ଅଞ୍ଜଳିଙ୍କ ପୁଅ ବାମନ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ହେଲେ ପୁଅ ସହ ଆଉ ଯୋଗାଯୋଗ ହୋଇପାରିନାହିଁ ବୋଲି ମା’ ଅଞ୍ଜଳି କହିଛନ୍ତି। ଅଞ୍ଜଳି ବହୁ କଷ୍ଟରେ ଚଳୁଥିବା ବେଳେ ୨ଯମଜ ଶିଶୁଙ୍କ ମୁହଁରେ ମୁଠାଏ ଆହାର ଦେବାକୁ ସକ୍ଷମ ନୁହନ୍ତି। ଅପରପକ୍ଷରେ ଦେଢ଼ବର୍ଷ ଶିଶୁର ଓଜନ ଅନୁସାରେ ଶାରୀରିକ ବିକଶିତ ହେଉ ନ ଥିବା ଦେଖିବାକୁ ମିଳୁଛି। ଏମାନେ ବର୍ଷେ ଧରି ଏଠାରେ ବସବାସ କରୁଥିଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିପରି ଏଥିପ୍ରତି ଦୃଷ୍ଟି ପଡ଼ିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ସମୟରେ ୨ ଶିଶୁଙ୍କ ଶାରୀରିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା ଆଦିି ଆବଶ୍ୟକ ରହିଛି ତାହା ଏମାନଙ୍କ ନିକଟରେ ସାତ ସପନ ପାଲଟିଛି। ବାସି ପଖାଳକୁ ତୋରାଣିରେ ଚକଟି ଏହି ୨ ଶିଶୁଙ୍କୁ ଖାଦ୍ୟ ରୂପେ ଦିଆଯାଉଛି ବୋଲି ଆଈ ମା’ ଅଞ୍ଜଳି କହିଛନ୍ତି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...