AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ଜବତ ହୋଇଛି ୭୧ଟି ଦେଶୀ ବନ୍ଧୁକ

COASTAL NEWS ODIA 1314

ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ଜବତ ହୋଇଛି ୭୧ଟି ଦେଶୀ ବନ୍ଧୁକ 



ଶିମିଳିପାଳ - (CNO) ଭଞ୍ଜ ବିହାରୀ ମହାନ୍ତି - ଶିମିଳିପାଳ ଅଭୟାରଣ୍ୟ ନିକଟବର୍ତୀ ଅଂଚଳରୁ ପୁଣି ଜବତ ହେଲା ଦେଶୀ ବନ୍ଧୁକ । ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଏତେ ପରିମାଣର ବନ୍ଧୁକ ଜବତ ହୋଇଥିବା ସୂଚନା ଦେଇଛି ଶିମିଳିପାଳ ପୋଲିସ ।

ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧିନରେ ଥିବା ଗାଁ ଗୁଡିକରେ ସର୍ଚ୍ଚ ଅପରେସନ୍ କରି ୭୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ପ୍ରଦାନ କରାଯିବ । 

ଶିକାରୀ ଆକ୍ରମଣରେ ୨ ବନ କର୍ମଚାରୀ ସହିଦ ହେବା ପରେ ଆକ୍ସନ୍ ମୋଡରେ ଆସି ଯାଇଛି ଶିମିଳିପାଳ ପୋଲିସ । ଜୁନ୍ ୧୮ ତାରିଖରୁ ଅଭୟାରଣ୍ୟକୁ ଶିକାର ଓ ଶିକାରୀ ମୁକ୍ତ କରିବା ପାଇଁ ଚାଲିଛି ତଲାସୀ ଅଭିଯାନ । ୪ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଥାନା କର୍ମଚାରୀ ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ଏହି ସମୟ ଭିତରେ ୪୦ଟି ମାମଲା ରୁଜୁ ହେବା ସହ ବର୍ତମାନ ସୁଦ୍ଧା ୧୬୫ଟି ବନ୍ଧୁକ, ଗୁଳି ଜବତ ହୋଇଛି । 

ଗୋଟିଏ ବନ୍ଧୁକ ତିଆରି କାରଖାନାକୁ ସିଜ୍ କରିଛି ପୋଲିସ  । ଏହାସହ ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ ହଜାର ଟଙ୍କା, ମୋବାଇଲ ଫୋନ୍, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯାଇଛି । ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...