AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

COASTAL NEWS ODIA 1303

ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ 

 

 
ପୁରୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ । ଆସନ୍ତାକାଲି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଶପଥଗ୍ରହଣ ପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।
ଏହାପୂର୍ବରୁ ଆଜି ଟାଟାନଗରରୁ ପୁରୁଷୋତ୍ତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଥିଲେ ରଘୁବର ଦାସ । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେବା ପରେ ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀଯାପନ କରିିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...