AFFILIATE MARKETING

https://binomo.com?a=90810425bb57&t=0

Friday, October 27, 2023

ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ

COASTAL NEWS ODIA 12 72

ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଆଉ ଦିନକ ପରେ କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଂଜୁଳା ଟେକିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କୁଆଁରୀ ଝିଅମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ ଓ ଫୁଲ ଆଦିରେ ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୁଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ନ ଉଇଁଲେ ଜହ୍ନି ଫୁଲ, ଫଳ ଓ ଖଇ ଆଦି ଆଞ୍ଜୁଳି ଟେକନ୍ତି । ତେଣୁ ଏହି ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ପୂଜାବିଧି ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ୱତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।

ଅପରାହ୍ନ ୪ଟା ୪ ମିନିଟ୍ ୫୫ ସେକେଣ୍ଡରୁ ପାକତ୍ୟାଗ
ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ
ଗ୍ରହଣର ୯ଘଂଟା ପୂର୍ବରୁ ପାକତ୍ୟାଗ
ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷେଧ
ଗ୍ରହଣ ସ୍ପର୍ଶ ସମୟ ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡ
ଗ୍ରହଣ ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ
ଗ୍ରହଣର ଅବଧି ୧ଘଂଟା ୧୯ ମିନିଟ୍ ୭ ସେକେଣ୍ଡ

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...