AFFILIATE MARKETING

https://binomo.com?a=90810425bb57&t=0

Wednesday, October 25, 2023

ରାଜନୀତିକୁ ଆସିଲେ କେଉଁଠୁ ଲଢିବେ ଭି. କେ ପାଣ୍ଡିଆନ୍

COASTAL NEWS ODIA 1258

ରାଜନୀତିକୁ ଆସିଲେ କେଉଁଠୁ  ଲଢିବେ ଭି. କେ ପାଣ୍ଡିଆନ୍



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ୨୦୨୪ରେ ରାଜନୈତିକ ଡେବ୍ୟୁ କରିବେ କି ଭି. କେ ପାଣ୍ଡିଆନ୍ ? ସକ୍ରିୟ ରାଜନୀତିକୁ ଆସିଲେ କେଉଁଠୁ ଲଢ଼ିବେ ? ଆଇଏଏସ୍ ଚାକିରିରୁ ଭି. କେ ପାଣ୍ଡିଆନ୍ ଭିଆରଏସ୍ ନେବା ପରେ ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଛି । ତାଙ୍କର ରାଜନୈତିକ କର୍ମକ୍ଷେତ୍ର କେଉଁଟା ହେବ ? ଓଡ଼ିଶାରେ ଦୁଇଟି ଜିଲ୍ଲା ସହ ବିଶେଷ ଭାବରେ ପାଣ୍ଡିଆନଙ୍କର ସଂପୃକ୍ତି ରହିଛି । ପ୍ରଥମ ଜିଲ୍ଲା କେନ୍ଦ୍ରାପଡ଼ା । ପତ୍ନୀ ସୁଜାତା ଆର୍. କାର୍ତ୍ତିକେୟନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ତେଣୁ ସେଠାକାର ଜ୍ବାଇଁ ସେ ।

କିଛି ମାସ ତଳେ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରାପଡ଼ାରେ ପାଣ୍ଡିଆନକୁ ଜ୍ବାଇଁ ପୁଅ ଭଳି ଚର୍ଚ୍ଚା ମିଳିଥିଲା । ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇ ପ୍ରକଳ୍ପ ନେଇ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ା ଗସ୍ତରେ ଅଭିଯୋଗପତ୍ର ଗ୍ରହଣ ବେଳେ ପାଣ୍ଡିଆନ୍ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରେ ମୁଖ୍ୟ ଫୋକସ ଥିଲା କେନ୍ଦ୍ରାପଡ଼ା ।  

ପାଣ୍ଡିଆନଙ୍କ ସହ ବିଶେଷ ଭାବରେ ଜଡ଼ିତ ଥିବା ଆଉ ଗୋଟିଏ ଜିଲ୍ଲା ହେଲା ଗଞ୍ଜାମ । ତାଙ୍କର କର୍ମଭୂମି ଥିଲା । ୨୦୦୭-୨୦୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ୍ । ୪ ବର୍ଷ ସେଠାରେ କାମ କରିଛନ୍ତି । ସେଠାରେ ତାଙ୍କର ବେଶ ଲୋକପ୍ରିୟତା ଓ ଗ୍ରହଣୀୟତା ମଧ୍ୟ ରହିଛି। ସେ ଜିଲ୍ଲାପାଳ ଥିବା ବେଳେ ନରେଗା କାମ ପାଇଁ ଗଞ୍ଜାମକୁ ଦୁଇ ଥର ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ମିଳିଥିଲା । ପାଣ୍ଡିଆନ ଗଞ୍ଜାମ ଜିଲ୍ଲାରେ ମହିଳା ସଶକ୍ତିକରଣକୁ ଅଧିକ କ୍ରିୟାଶୀଳ ବି କରାଇଥିଲେ ।

୧୦ ବର୍ଷରୁ ଅଧିକ ଚାକିରି ଥିବା ବେଳେ ଭିଆରଏସ୍ ନେବା ଓ ଏହାର ୨୪ ଘଣ୍ଟାରେ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେବା ପରେ ୨୦୨୪ରେ ରାଜନୈତିକ ମୈଦାନକୁ ଓହ୍ଲାଇବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ୨୪ରେ ବିଜେଡିର ଏକ ପ୍ରମୁଖ ଚେହେରା ଭାବେ ଉଭା ହେବେ କି ପାଣ୍ଡିଆନ ? ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ‘ସେକେଣ୍ଡ ଇନ କମାଣ୍ଡ’ ଭାବେ ଭୂମିକା ତୁଲାଇବେ କି ? ଶେଷ ନିଷ୍ପତ୍ତି ନେବେ ନବୀନ । 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...