AFFILIATE MARKETING

https://binomo.com?a=90810425bb57&t=0

Friday, October 27, 2023

ନରୱେର ନର୍ସ ଦେବତାଙ୍କର. ମନ୍ଦିର

COASTAL NEWS ODIA 1279

ନରୱେର  ନର୍ସ ଦେବତାଙ୍କର. ମନ୍ଦିର 



ନରୱେ - (CNO) ଭଞ୍ଜ ବିହାରୀ ମହାନ୍ତି - ଯେତେବେଳେ କୌଣସି ମନ୍ଦିରର କଥା ଆସେ, ଲୋକଙ୍କ ମନକୁ ଆସୁଥିବା ପ୍ରଥମ ନାମ ହେଉଛି ଭାରତ । ବାସ୍ତବରେ ଭାରତର ସମସ୍ତ ଗଳି କନ୍ଦିରେ ଆପଣ ମନ୍ଦିର ପାଇପାରିବେ । ସେଥିପାଇଁ ଲୋକେ ଭାରତକୁୁ ମନ୍ଦିରର ଦେଶ ବୋଲି କହିଥାନ୍ତି । ଭାରତରେ ଅନେକ ଏପରି ମନ୍ଦିର ରହିଛି ଯାହା ଭିତରେ ଏତେ ସୁନା ରହିଛି ଯାହାର କଳ୍ପନା ଆପଣ କରିପାରିବେ ନାହିଁ । କିନ୍ତୁ ଆଜି ଆମେ ଭାରତର କୌଣସି ମନ୍ଦିର ବିଷୟରେ ନୁହଁ ବରଂ ନରୱେର ଏକ ମନ୍ଦିର ବିଷୟରେ କହୁଛୁ । କୁହାଯାଉଛି ଯେ ଏହି ମନ୍ଦିରରେ ସୁନାର ଭଣ୍ଡାର ରହିଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ନରୱେରେ ଥିବା ଏହି ମନ୍ଦିର ନର୍ସ ଦେବତାଙ୍କର ଅଟେ । ଏହି ମନ୍ଦିର ଭିତରୁ ପ୍ରତ୍ନତତ୍ତ୍ୱବିତଙ୍କୁ କିଛି ମୂର୍ତ୍ତୀ ମଧ୍ୟ ମିଳିଛି । ଯାହା ଉପରେ ଦେବତାଙ୍କ ଚିତ୍ର ତିଆରି କରାଯାଇଛି । ଏହି ସବୁ ମୂର୍ତ୍ତୀ ସୁନାରେ ନିର୍ମିତ । କିନ୍ତୁ ବର୍ଗ ଆକାରର ଏହି ମୂର୍ତ୍ତୀ କାଗଜ ପରି ପତଳା । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମୂର୍ତ୍ତୀ ଉପରେ ନର୍ସ ଦେବତା ଏବଂ ଦେବୀ ଗର୍ଡଙ୍କ ଚିତ୍ର ତିଆରି ହୋଇଛି । ୟୁନିଭର୍ସିଟି ଅଫ ଓସ୍ଲୋ ରିପୋର୍ଟ ଅନୁସାରେ, ଏହି ମୂର୍ତ୍ତୀ ସବୁ ମେରୋବିଂଗିୟନ ସମୟର ଅଟେ ଯାହା ୫୫୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

ଏହି ମେରୋବିଂଗିୟନ ଅବଧି ବାଇକିଙ୍ଗ ଯୁଗ ପର୍ଯ୍ୟନ୍ତ ଜାରି ରହିଲା । କହିରଖୁଛୁ ଯେ, ବାଇକିଙ୍ଗ ଯୁଗର ଲୋକମାନେ ଖୁବ୍‌ ଶକ୍ତିଶାଳୀ ଥିଲେ । ସେମାନେ ନିଜ ସଭ୍ୟତା ଏବଂ ଧର୍ମକୁ ବହୁ ଦୂର ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ସୁନା ଖୋଜିବା ବିଷୟରେ କହିବାକୁ ଗଲେ ଏଠାରେ ପ୍ରାୟ ୩୫ଟି ସୁନାର ଖଣ୍ଡ ମିଳିଛି । ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରର ତଳ କୋଠରୀ ସମ୍ପୂର୍ଣ୍ଣ ସୁନାରେ ପରିପୂର୍ଣ୍ଣ । କିନ୍ତୁ ଏପର୍ଯ୍ୟନ୍ତ ଏହାର ଆବିଷ୍କାର ହୋଇପାରିନାହିଁ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...