AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

୩ ଦେହଜୀବୀ ଓ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଗିରଫ

COASTAL NEWS ODIA 1305

୩ ଦେହଜୀବୀ ଓ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଗିରଫ
 



ଭଦ୍ରକ   – (CNO) ଭଞ୍ଜ ବିହାରୀ ମହାନ୍ତି - ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଆରଡି ଫାଣ୍ଡି ଅଂଚଳରେ ଥିବା ରୟାଲ ପେଲେସ୍ ଲଜ୍‌ରୁ ୩ ଜଣ ଦେହଜୀବୀ ଓ ୩ ଜଣ ଯୁବକ ଗିରଫ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଆରଡି ସ୍ଥିତ ହୋଟେଲ୍ ରୟାଲ ପେଲେସ୍‌ରେ ଆଜି ଦେହ ବ୍ୟବସାୟ ଚାଲୁଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିକଟରେ ଖବର ପହଞ୍ଚଥିଲା । 

ଫଳରେ ତାଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଏସ୍‌ଡିପିଓଙ୍କୁ ସୂଚନା ଦେବା ପରେ ଧୁଷୁରୀ ଥାନାଧିକାରିଣୀ ବନାନୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଚିନ୍ମୟୀ ବିଶ୍ୱାଳ, ବାସୁଦେବ ଓରାମ୍‌, ଏଏସ୍‌ଆଇ ପରମାନନ୍ଦ ସାମଲ ଓ ପୁଲିସ୍ କର୍ମଚାରୀମାନେ ଉକ୍ତ ଲଜ୍ ଉପରେ ଦିନ ୨ଟାରେ ଚଢାଉ କରିଥିଲେ । ଏବଂ ବିଭିନ୍ନ କୋଠରୀରେ ରହି ଦେହ ବ୍ୟବସାୟ କରୁଥିବା ଦେହଜୀବୀ ଓ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ପୁଲିସ୍ କଣ୍ଡୋମ୍ ଓ ଉତ୍ତେଜିତ ଔଷଧ ଜବତ କରିଛି । 

ଏଠାରେ ସୂଚନାଯୋଗ୍ୟ ସଂପୃକ୍ତ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଯାହା ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ସଲାସୁତୁରାରେ ହୋଇଆସୁଥିଲା ବୋଲି ଏସ୍‌ପିଙ୍କ ନିକଟରେ ଅଭିଯୋଗ ପହଞ୍ôଚôଥଲା । ଫଳରେ ଆଜି ଆରଡି ଫାଣ୍ଡିକୁ କୌଣସି ସୂଚନା ନଦେଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଧୁଷୁରୀ ପୁଲିସ୍‌ର ଉପରୋକ୍ତ ଟିମ୍ ହୋଟେଲରେ ଚଢାଉ କରି ଯାଜପୁର ଜିଲାର ଥାଲୁକୁଡି, ନାରିଗାଁ, ମହାନ୍ତିପଡା ଓ ବିଂଝାରପୁର ଅଂଚଳର ୨ ଜଣ ଯୁବକ ସହିତ ୨ ଜଣ ଯୁବତୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଅଂଚଳର ଜଣେ ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ କରିଛି । 

ଏଥିସହ ହୋଟେଲ ମ୍ୟାନେଜର ଦେବଦତ୍ତ ନାୟକଙ୍କୁ ଗିରଫ କରାଯାଇଥିବାବେଳେ ଲଜ୍ ମାଲିକ ଅମରଜ୍ୟୋତି ନାୟକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ଲଜ୍‌ରୁ ବିବାହ ପାଇଁ ପ୍ରସ୍ତାବ ଥିବା ବିଂଝାରପୁର ଅଂଚଳର ପ୍ରେମିକ ଓ ପ୍ରେମିକାକୁ ପୁଲିସ୍ ତଦନ୍ତ କରି ଛାଡିଦେଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...