AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ବାଂଲାଦେଶରେ ମାଲଗାଡ଼ି ସହିତ ଧକ୍କା ହେଲା ଯାତ୍ରୀବାହୀ ଦୁଇ ଟ୍ରେନ୍, ୧୫ ମୃତ ଶତାଧିକ ଆହତ

COASTAL NEWS ODIA 1233

ବାଂଲାଦେଶରେ ମାଲଗାଡ଼ି ସହିତ ଧକ୍କା ହେଲା ଯାତ୍ରୀବାହୀ ଦୁଇ ଟ୍ରେନ୍, ୧୫ ମୃତ ଶତାଧିକ ଆହତ




 
ନୂଆଦିଲ୍ଲୀ,୨୩/୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ସୋମବାର ବାଂଲାଦେଶରେ ଘଟିଥିବା ଏକ ଭୟଙ୍କର ରେଳ ଦୁର୍ଘଟଣାରେ ୧୫ ଅଧିକ ଲୋକେ ମୃତ୍ୟ ବରଣ କରିଥିବା ବେଳେ ଶହେରୁ ଅଧିକ ଲୋକେ ଆହତ ହୋଇଛନ୍ତି। ପୂର୍ବ ଭୈରବ ସହରରେ ଏକ ମାଲବାହୀ ଟ୍ରେନ୍ ବିପରୀତ ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇଟି ଯାତ୍ରୀବାହୀ ବଗି ଓଲଟି ପଡିଥିବା ଅଧିକାରୀ କହିଛନ୍ତି।

ରାଜଧାନୀ ଢାକାଠାରୁ ୬୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଭୈରାବର ଜଣେ ସରକାରୀ ପ୍ରଶାସକ ସାଦିକୁର ରହମାନ କହିଛନ୍ତି ଯେ ଆମେ ୧୫ ଟି ମୃତଦେହ ଉଦ୍ଧାର କରିଛୁ, ଅନେକ ଆହତ ହୋଇଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଓଲଟି ପଡିଥିବା ବଗି ତଳେ ଅନେକ ମୃତ ଦେହ ଏବେ ମଧ୍ୟ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି।

ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖରାପ ଭିତ୍ତିଭୂମି ସାଙ୍ଗକୁ ବିପର୍ଯ୍ୟସ୍ତ ସିଗନାଲ ବ୍ୟବସ୍ଥା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...