AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧

COASTAL NEWS ODIA 1211

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧



 
ନୂଆଦିଲ୍ଲୀ, ୨୨।୧୦ (CNO) - ଭଞ୍ଜ ବିହାରୀ ମହାନ୍ତି - ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଝଟକା ଅନୁଭୂତ ହୋଇଛି। ଭୂକମ୍ପ କେନ୍ଦ୍ର ନେପାଳର ଧାଣ୍ଡିଙ୍ଗରେ ରହିଥିଲା।

ଏହି ଭୂକମ୍ପ ପ୍ରଭାବ ନୂଆଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି। ୟୁରୋପୀୟ ଭୂବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଭୂକମ୍ପ କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୩ କିଲୋମିଟର ଗଭୀରରେ ରହିଥିଲା।

ବର୍ଷରେ ଅନେକ ସମୟରେ ନେପାଳରେ ଭୂକମ୍ପ ଆସିଥାଏ। ଏହା ପୂର୍ବରୁ ନେପାଳର ସୁଦୂର ପଶ୍ଚିମ ପ୍ରାନ୍ତରେ ୧୬ ଅକ୍ଟୋବରରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

କାହିଁକି ଆସେ ନେପାଳରେ ଭୂମିକମ୍ପ ?

ନେପାଳ ଭାରତୀୟ ଏବଂ ତିବ୍ଦତୀୟ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ। ଏହି ଟେକ୍ଟୋନିକ୍ ପ୍ଲେଟଗୁଡିକ ପ୍ରତି ୧୦୦ ବର୍ଷରେ ଦୁଇ ମିଟର ପର୍ଯ୍ୟନ୍ତ ଗତି କରେ, ଯେଉଁ କାରଣରୁ ଚାପ ସୃଷ୍ଟି ହୁଏ ଏବଂ ଭୂକମ୍ପ ହୁଏ। ୨୦୧୫ ରେ ନେପାଳରେ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଏବଂ ଏହାର ଭୂକମ୍ପ ଯୋଗୁଁ ପ୍ରାୟ ୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା
 

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...