AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ଘୁଞ୍ଚିଲା ବସ୍ ଧର୍ମଘଟ

COASTAL NEWS ODIA 1310

 ଘୁଞ୍ଚିଲା ବସ୍ ଧର୍ମଘଟ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଘୁଞ୍ଚିଲା ବସ୍ ଧର୍ମଘଟ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା। ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୮ ତାରିଖରେ ଧର୍ମଘଟ ସଂପର୍କରେ ନିଷ୍ପତ୍ତି ନିଆଯିବ। ତେବେ ଆସନ୍ତା ୧ ତାରିଖରେ ଭବାନୀପାଟଣାରେ ଗଡ଼ିବନି ଘରୋଇ ବସ୍। ୨୪ ଘଣ୍ଟା ପାଇଁ ଗଡ଼ିବନି ବସ୍। କେବଳ ଭବାନୀପାଟଣା ନୁହେଁ, ଆଖପାଖ ୧୦ ଜିଲ୍ଲାରେ ୨୪ ଘଣ୍ଟା ଘରୋଇ ବସ୍ ଚଳାଚଳ ବନ୍ଦ ରହିବ।

ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ। ଲକ୍ଷ୍ମୀ ବସକୁ ବିରୋଧ କରି ଗତ ୨୦ ତାରିଖରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା। ପୂଜା ସମୟ ଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ସେହିଦିନ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ଧର୍ମଘଟକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ଘରୋଇ ବସ୍ ମାଲିକ ସଂଘ। ଗତ ୨୬ ତାରିଖରେ ରାଜ୍ୟ ସରକାରଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...