AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ସୁକିନ୍ଦାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୩ ଦିନିଆ ‘ସାଥୁଆ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଶେଷ l

COASTAL NEWS ODIA 1214

ସୁକିନ୍ଦାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୩ ଦିନିଆ  ପ୍ରଶିକ୍ଷଣ ଶେଷ l



ସୁକିନ୍ଦା (CNO) ) - ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ‘ସାଥୁଅ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଇଚ୍ଛୁକ ଥିବା ସ୍ଥାନୀୟ ଯୁବବର୍ଗଙ୍କୁ ନେଇ ଗଠିତ ସାଥୀ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼, ଅମ୍ପଲୋବା ଓ ସନସାଇଲୋ ଗ୍ରାମ ପଂଚାୟତର ୩୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ସହକର୍ମୀଙ୍କ ମଧ୍ୟରେ ବାତାବରଣ ସୃଷ୍ଟି କରି ସେମାନଙ୍କ ଅଂଚଳରେ ବାଲ୍ୟ ବିବାହ ହ୍ରାସ କରିବାରେ ସକ୍ଷମ କରିବା ପାଇଁ ସାଥୁଆମାନଙ୍କୁ ଟିଏସଏଫ ଦ୍ଵାରା ପ୍ରସ୍ତୁତ କରାଯାଏ ।

ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ରେକୋନା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଶ୍ଵେତାଲିନା ରଥ, ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମ୍ରତା ମୋଦୀ ଓ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପକୁ ପ୍ରଶଂସା କରି ଗ୍ରାମସ୍ତରରେ ଜ୍ଞାନର ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ । ଅତିଥିମାନେ ସାଥୁଆମାନଙ୍କ ସମର୍ପଣକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସାଥୀଆଙ୍କ ନେତୃତ୍ଵ ଗୁଣ, ଯୋଗାଯୋଗ ଦକ୍ଷତା, ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ଯାହା ଦ୍ଵାରା ସେମାନେ ସାମାଜିକ ପରିବର୍ତନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । 

ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ସମିତି (ଭିଏଲସିପିସି)ରେ ସାଥୁଆମାନଙ୍କ ଅଂଶଗ୍ରହଣ ଏବଂ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାରେ ସାହାଯ୍ୟ କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ।ଏହି ପ୍ରଶିକ୍ଷଣ ରାଷ୍ଟ୍ରୀୟ କିଶୋର ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ (ଆରକେଏସକେ) ମଡ୍ୟୁଲ ଉପରେ ଆଧାରିତ ଥିଲା ଯେଉଁଥରେ କିଶୋର ଅବସ୍ଥାରେ ପରିବର୍ତନ, ପ୍ରଜନନ ଅଙ୍ଗ, ଋତୁସ୍ରାବ ସ୍ଵଚ୍ଛତା, କମ୍ ବୟସରେ ବିବାହ ଏବଂ କିଶୋର ଗର୍ଭଧାରଣର ପରିଣାମ, ଲିଙ୍ଗଗତ ସମାନତା, ସୁରକ୍ଷିତ ଗର୍ଭପାତ, ପରିବାର ନିୟୋଜନ, ଆରଟିଆଇ/ଏସଟିଆଇ ଏବଂ ଏଚଆଇଭି/ଏଡ୍, ସହକର୍ମୀଙ୍କ ଚାପ, ନିଶା ଏବଂ କିଶୋର ଅବସ୍ଥାରେ ପୋଷଣ ଇତ୍ୟାଦି ବିଷୟ ଅନ୍ତର୍ଭୁକ୍ତ । 

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ଦିନରେ ଅଂଶଗ୍ରହଣକାରୀ ମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସାମଗ୍ରୀ ସମ୍ବଳିତ 'ସାଥୁଆ କିଟ୍' ବଂଟନ କରାଯାଇଥିଲା । ପ୍ରୋଜେକ୍ଟ ରିସ୍ତା ହେଉଛି ଏକ ଗୋଷ୍ଠୀ ଭିତିକ ଏବଂ ଯୁବ ନେତୃତ୍ୱାଧୀନ କାର୍ଯ୍ୟକ୍ରମ ଯାହା ଗ୍ରାମୀଣ ଅଂଚଳରେ କମ୍ ବୟସର ବିବାହକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖୁଛି । ବାଲ୍ୟ ବିବାହ ନିବାରଣ, କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆରଏସ୍ଏଚ୍) ଶିକ୍ଷା ଏବଂ ଯୁବ ବିକାଶ ସୁଯୋଗ ଉପରେ ଯୁବବର୍ଗମାନଙ୍କୁ ପରାମର୍ଶ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ସାଥୁଆମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...