AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ଅଭିନବ ଉପାୟରେ ଚୋରି

COASTAL NEWS ODIA 1240

ଅଭିନବ ଉପାୟରେ ଚୋରି 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଦଶହରା ପୂଜାରେ ମାଲାମାଲ୍‌ ହେବାକୁ ଚାହୁଁଥିଲେ। ସେଥିପାଇଁ ଭଦ୍ର ଲୋକଙ୍କ ପରି ହାଫ୍‌ ପ୍ୟାଣ୍ଟ ପିନ୍ଧି ଲୁଗା ଶୋ’ ରୁମ୍‌କୁ ଯାଇଥିଲେ। ଆଉ ବାହାରିଲା ବେଳେ ହାଫ୍‌ ପ୍ୟାଣ୍ଟ ଉପରେ ଗୋଟେ ପରେ ଗୋଟିଏ ଦୁଇଟି ଜିନ୍ସ ପିନ୍ଧି ବାହାରୁଥିଲେ। ହେଲେ ଧରି ପକାଇଲା ପ୍ରସ୍ଥାନ ଗେଟ୍‌ରେ ଲାଗିଥିବା ଡିଟେକ୍ଟର ମେସିନ୍‌। ଆଉ ତା’ପରେ ମାଡ଼ି ବସିଲେ ସିକ୍ୟୁରିଟି ଗାର୍ଡ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଅଭିଯୋଗ।

କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ରହିଛି ଏକ ବଡ଼ ଶୋ’ ରୁମ୍‌। ସେହି ଶୋ’ ରୁମ୍‌କୁ ହାଫ୍‌ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ଯାଇଥିଲେ ରାଜ୍‌(ଛଦ୍ମନାମ)। ଲୁଗା ଦୋକାନରେ ବିଭିନ୍ନ ଷ୍ଟଲ୍‌ ବୁଲିଥିଲେ। ତା’ସହ ଜିନ୍ସ ଓ ଟି-ସାର୍ଟ ଧରି ଟ୍ରାଏଲ୍‌ ରୁମ୍‌କୁ ଗଲେ । ଟ୍ରାଏଲ୍‌ କରିବେ କଣ ହାଫ୍‌ ପ୍ୟାଣ୍ଟ ଉପରେ ଜିନ୍ ପ୍ୟାଣ୍ଟ ପିନ୍ଧିଲେ। ତା’ଉପରେ ଗୋଟିଏ ପରେ ଗୋଟିଏ ଦୁଇଟି ଜିନ୍ସ ପିନ୍ଧିଥିଲେ। ଖାଲି ଜିନ୍ସ ନୁହେଁ, ଟି-ସାର୍ଟ ଉପରେ ଟି-ସାର୍ଟ ମଧ୍ୟ ପିନ୍ଧି ଥିଲେ ରାଜ୍। ତା’ପରେ ଭଦ୍ର ଲୋକଙ୍କ ପରି ଟ୍ରାଏଲ ରୁମ୍‌ରୁ ବାହାରି ଆସିଲେ। ଆଉ ଅନ୍ୟ ଲୋକଙ୍କ ପରି ଶୋ’ ରୁମ୍‌ରେ କିଛି ସମୟ ପାଇଁ ବୁଲିଲେ। ହେଲେ ପ୍ୟାଣ୍ଟ ଓ ସାର୍ଟରେ ଲାଗିଥିବା ବାର୍‌ କୋର୍ଡକୁ କାଢ଼ିନଥିଲେ।

କିଛି ସମୟ ବୁଲିବା ପରେ ରାଜ ଶୋ’ ରୁମ୍‌ ଛାଡ଼ିବା ପାଇଁ ଚାହିଁଥିଲେ। ଶୋ’ ରୁମ୍‌ରୁ ବାହାରୁଥିବା ବେଳେ ପ୍ରସ୍ଥାନ ଗେଟ୍‌ରେ ଲାଗିଥିବା ଡିଟେକ୍ଟର ମେସିନ୍‌ ରିଙ୍ଗ କରିଥିଲା। ଆଉ ତା’ପରେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଯାଞ୍ଚ କରିଥିଲେ। ତା’ପରେ ଖୋଲିଥିଲା ସବୁ ରାଜ୍‌। ସିକ୍ୟୁରିଟି ଗାର୍ଡ଼ ଓ ଶୋ’ ରୁମ୍‌ କର୍ମଚାରୀମାନେ ତା’ ଦେହରୁ ଗୋଟିଏ ପରେ ଗୋଟିଏ ଟି-ସାର୍ଟ, ଗୋଟିଏ ପରେ ଗୋଟିଏ ଜିନ୍ସ ଓ ହାଫ୍‌ ପ୍ୟାଣ୍ଟ କାଢ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଜିମାରେ ଦେଇଥିଲେ।

ନିକଟରେ ନୟାପଲ୍ଲୀ ଥାନା ଅଧୀନରେ ଏହିପରି ଏକ ମହିଳା ରାକେଟ ଧରାପଡ଼ିଥିଲେ। ସେମାନେ ଶାଢ଼ୀ ଭିତରେ ସାମଗ୍ରୀ ଲୁଚାଇ ନେଉଥିବା ବେଳେ ଧରାପଡ଼ି ଥିଲେ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...