AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ

COASTAL NEWS ODIA 1201

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ



ଶ୍ରୀହରିକୋଟା - (CNO) ଭଞ୍ଜ ବିହାରୀ ମହାନ୍ତି - ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଶେଷ ମୁହୂର୍ତ୍ତରେ ଗଗନୟାନ ପରୀକ୍ଷଣ ସ୍ଥଗିତ ରଖାଯିବା ନେଇ ଇସ୍ରୋ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଛି ଏହି ପରୀକ୍ଷଣ । ବୈଷୟିକ ତ୍ରୁଟିର ଯାଞ୍ଚ କରାଯିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ସୂଚନା ଅନୁସାରେ ଆଜି ଗଗନୟାନର ପଥମ ପରୀକ୍ଷଣ ହୋଇଥାନ୍ତା । କିନ୍ତୁ ଏହି ପରୀକ୍ଷଣ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ISRO ମୁଖ୍ୟ ଏସ. ସୋମନାଥ କହିଛନ୍ତି ଯେ ଆଜି ଯାନର ପରୀକ୍ଷଣ ହୋଇପାରିବ ନାହିଁ । ଯାନ ଲଞ୍ଚ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିଲା, କିନ୍ତୁ ଲଞ୍ଚ ହେବାର ମାତ୍ର ପାଞ୍ଚ ସେକେଣ୍ଡ ପୂର୍ବରୁ ପରୀକ୍ଷା ମିଶନକୁ ସ୍ଥଗିତ ରଖିବାକୁ ପଡିଛି । ଇସ୍ରୋର ମୁଖ୍ୟ କହିଛନ୍ତି ଯେ ବୈଷୟିକ କାରଣରୁ ଟିଭି- D1 ବୁଷ୍ଟରର ଉଡ଼ାଣ ରୋକାଯାଇଛି । ୨୦୪୦ ପାଇଁ ଭାରତର ଗଗନୟାନ ମିଶନ ପ୍ରସ୍ତୁତ ହେଉଛି । ISRO ଆଜି ପ୍ରଥମ ଟେଷ୍ଟିଂ ଭାବରେ ଶ୍ରୀହରିକୋଟାରୁ ଏହି ମିଶନ ଲଞ୍ଚ କରି ଏହାର ଲ୍ୟାଣ୍ଡିଙ୍ଗ ବଙ୍ଗୋପସାଗରରେ କରିବାକୁ ଯାଉଥିଲା ।

ଏହି ମିଶନ ପ୍ରଥମେ ସକାଳ ୮ଟା ସମୟରେ ହେବାର ଥିଲା କିନ୍ତୁ କିଛି କାରଣ ପାଇଁ ଏହି ମିଶନର ଲଞ୍ଚିଂ ଟାଇମ୍‌କୁ ବଢ଼ାଯାଇଥିଲା । ଏହାର ଲଞ୍ଚିଂ ସମୟକୁ ୮.୪୫ ମିନିଟ ରଖାଯାଇଥିଲା । କିନ୍ତୁ ଏହାର ଲଞ୍ଚିଂ କମାଣ୍ଡ ସମୟରେ ଏଥିରେ ଲଗାଯାଇଥିବା କମ୍ପ୍ୟୁଟର ରକେଟ ଏଗ୍ନିଶନ କରିବା ପାଇଁ ଅନୁମତି ଦେଇନଥିଲା । ତେଣୁ ଏହି ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି । ଯାନ ବର୍ତ୍ତମାନ ସୁରକ୍ଷିତ ଅଛି । ଏହାର ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ସୂଚନା ମିଳିଛି ଦିନ ୧୦.୦୦ ଟା ସମୟରେ ପୁଣିଥରେ ପରୀକ୍ଷଣ କରାଯିବ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...