AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ବାତ୍ୟା ହମୁନ ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ

COASTAL NEWS ODIA 1237

ବାତ୍ୟା ହମୁନ ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ 



ଭୁବନେଶ୍ୱର – (CNO) ଭଞ୍ଜ ବିହାରୀ ମହାନ୍ତି---- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇଛି ।ଏବେ ଏହା ସମୁଦ୍ର ମଧ୍ୟରେ ଉତ୍ତର ଏବଂ ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏହି ବାତ୍ୟା ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ । ଉତ୍ତର ଓଡ଼ିଶାର ଏବଂ ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । 

ବାତ୍ୟା ହମୁନ ଯୋଗୁଁ ଆକାଶ ମେଘାଚ୍ଛନ୍ନ ରହିଛି । ହମୁନ୍‌ ଏକ ଇରାନୀୟ ଶଦ୍ଦ । ଉପକୂଳ ସହ ଏବେ ସମାନ୍ତରଳ ଭାବେ ଉତ୍ତର ଉତ୍ତର-ପୂର୍ବ ଦିଗରେ ବାତ୍ୟା ଅଗ୍ରସର ହେଉଛି । ବାଂଲାଦେଶର ଚିଟଗଙ୍ଗ ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ସମୁଦ୍ର ଭିତରେ ଏହା ବାତ୍ୟାର ବା ଘୂ୍‌ର୍ଣ୍ଣୀଝଡର ଆକାର ଧାରଣ କରିବା ପରେ ଦୁର୍ବଳ ହୋଇଯିବ ବୋଲି ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ।

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ବାଂଲାଦେଶ ଏବଂ ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ଏହି ସମୟରେ ମତ୍ସଜୀବୀମାନଙ୍କୁ ସମୁଦ୍ରମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...