AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ଗ୍ଲେସିୟର ଭୁଶୁଡ଼ି ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀରରେ ଆସିପାରେ ବନ୍ୟା

COASTAL NEWS ODIA 12

ଗ୍ଲେସିୟର ଭୁଶୁଡ଼ି ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀରରେ ଆସିପାରେ ବନ୍ୟା
 


 
ନୂଆଦିଲ୍ଲୀ,୨୩ା୧୦ (CNO) ଭଞ୍ଜ ବିହାରୀ ମହାନ୍ତି - ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ଗ୍ଲେସିୟର ତରଳୁଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି। ଏହା ସହିତ ଅବାଧ ନିର୍ମାଣ ଏବଂ ପ୍ରଦୂଷଣ ଆଗାମୀ ଦିନରେ ହିମାଳୟ ଅଞ୍ଚଳରେ ସିକିମ୍‌ ଭଳି ଅଧିକ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।

ନିକଟରେ ଗ୍ଲେସିୟର ହ୍ରଦ ଭୁଶୁଡ଼ି ବନ୍ୟା ମାଡ଼ିଆସିବାରୁ ସିକିମ୍‌ରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବହୁ ଭିତ୍ତିଭୂମି ପ୍ରକଳ୍ପ କ୍ଷତିଗ୍ରସ୍ତ ହେବା ସହ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଶତାଧିକ ନିଖୋଜ ହୋଇଯାଇଥିଲେ। ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀର ଆଦି ହିମାଳୟ ଅଞ୍ଚଳରେ ଗ୍ଲେସିୟର ହ୍ରଦ୍‌ ଭୁଶୁଡ଼ି ଏଭଳି ବନ୍ୟା ଆସିବାର ଆଶଙ୍କା କରାଯାଉଛି। 

ଉତ୍ତାପ ବଢ଼ୁଥିବାରୁ ହିମାଳୟ ଶିଖର ଦେଶରେ ଥିବା ବରଫ ଦ୍ରୁତ ବେଗରେ ତରଳିବାରେ ଲାଗିଛି। ଏହି କାରଣରୁ ଗ୍ଲେସିୟର ହ୍ରଦର ଜଳସ୍ତର ବୃଦ୍ଧି ପାଇ ବନ୍ଧ ଭାଙ୍ଗୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...