AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

COASTAL NEWS ODIA 1250

ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ


 
କାମାକ୍ଷାନଗର – (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମୁଲାନ୍ସ ଯୋଗେ ଜଣେ ରୋଗୀକୁ ଆଣିବା ସମୟରେ ଆମୁଲାନ୍ସଟି ଖରାପ ହେବାରୁ ରୋଗୀ ଜଣକ ମୃତ୍ୟୁ ହୋଇଛି । ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମର କଣ୍ଟାସାହୀ ନିବାସୀ ବିଜୟ ସାମଲ( ୭୦ ) ତିନିଦିନ ହେବ ମଧୁମେହ ଏବଂ ରକ୍ତଚାପ ରୋଗ ଯୋଗୁ ଘରେ ଚିକିତ୍ସିତ ହେଉଥିଲେ ।

ତେବେ ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସମୟରେ ୧୦୮ ଆମ୍ବୁଲାନ୍ସଟି ଭୁବନ ନୂଆଭୁବନ ଛକ ନିକଟରେ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା । ଏହା ଆଉ ଆଗକୁ ଗଡି ନଥିଲା ।

ପରେ ବିଜୟଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚର ସାହାଯ୍ୟରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଭୁବନ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟ ଆମ୍ବୁଲାନ୍ସରେ ଅକ୍ସିଜେନ୍ ଲାଗିଥିବା କାରଣରୁ ଜୀବିତ ଥିଲେ ଏବଂ ତାଙ୍କୁ ଗାଡିରୁ ଓହ୍ଲାଇବା ପରେ ସିଏ ଆଉ କଥାବାର୍ତ୍ତା କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମ୍ବୁଲାନ୍ସ ଖରାପ ହେବାରୁ ବିଜୟଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...