AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

କୁଆଡୁ ଆସୁଛି ପୁଳା ପୁଳା ଗୋଲାପି ନୋଟ୍

COASTAL NEWS ODIA 1316

କୁଆଡୁ ଆସୁଛି ପୁଳା ପୁଳା ଗୋଲାପି ନୋଟ୍



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ ନିମନ୍ତେ ଆଜି RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ହାତରେ  ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ ଧରି ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଛାଉ ନାହାନ୍ତି ଲୋକ। କାରଣ ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଳେ ମିଳୁଛି ୩ ଶହ ଟଙ୍କା ମଜୁରି । ଟଙ୍କା ବଦଳ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା କିଛି ଲୋକ ଏପରି ସୂଚନା ଦେଇଛନ୍ତି । ତେବେ ଏହା ପଛରେ କିଏ ଅଛି, କିଏ ସେମାନଙ୍କ ହାତରେ ଟଙ୍କା ଧରାଇ ଦେଇ ଖରାରେ ଛିଡ଼ା କରାଉଛି ସେ ନେଇ ପାଟି ଫିଟାଉ ନାହାନ୍ତି।  
ଏହି ଘଟଣାକୁ ନେଇ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ୨ ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି । ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି । ଗତକାଲି ୨ହଜାର ଟଙ୍କିଆ ନୋଟ୍ ବଦଳ କରିବା ପାଇଁ ଲମ୍ବା ଲାଇନ୍ ଲାଗିଥିବା ବେଳେ ଆଜି ବି ସମାନ ଚିତ୍ର ଦେଖିବାକୁ ମିଳିଛି। 

ତେଣୁ ଏବେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଟଙ୍କା ବଦଳାଇବା ଅପେକ୍ଷା ତାହାକୁ ଡିପୋଜିଟ କରିବାକୁ ଆରବିଆଇ ପକ୍ଷରୁ ଲୋକଙ୍କୁ ଉପଦେଶ ଦିଆଯାଇଛି।ଏଥିନିମନ୍ତେ ଆରବିଆଇ ବାହାରେ ଏକ ବକ୍ସ ରଖାଯାଇଛି। ତା’ ଭିତରେ ନିଜ ଡକ୍ୟୁମେଣ୍ଟ, ଆକାଉଣ୍ଟ ନମ୍ବର ସହ ଏକ ଲଫାପାରେ ଟଙ୍କା ବନ୍ଦ କରି ଉକ୍ତ ବାକ୍ସରେ ପକାଇବାକୁ ଲୋକଙ୍କୁ କୁହାଯାଉଛି। ଏହାପରେ ତାକୁ ବାକ୍ସ ଭିତରେ ରଖିଲେ ଆରବିଆଇ ଅଧିକାରୀ ଉକ୍ତ ଲଫପା ନେଇଯିବେ । ଉକ୍ତ ଟଙ୍କା ସମ୍ପୃକ୍ତ ଲୋକଙ୍କ ଆକାଉଣ୍ଟକୁ ଚାଲି ଯାଉଛି। ଏଥିନିମନ୍ତେ ସଚେତନତା ସୃଷ୍ଟି କରାଯିବା ନିମନ୍ତେ ଆରବିଆଇ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି।

ତେଣୁ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ନ ହୋଇ ଟଙ୍କା ଡିପୋଜିଟ କରିବାକୁ ଆରବିଆଇ ପକ୍ଷରୁ ଲୋକଙ୍କୁ କୁହାଯାଉଛି। ମାତ୍ର ଲୋକେ କାହା ଉପଦେଶ ଶୁଣିବା ପରିସ୍ଥିତିରେ ଥିବା ପରି ଲାଗୁ ନାହାନ୍ତି। ଟଙ୍କା ବଦଳ କରିଦେଲେ ନିଜର ପ୍ରାପ୍ୟ କିଛି ପାଇବାକୁ ସେମାନେ ଖରାରେ ଛିଡ଼ା ହେବାକୁ ପଛାଉ ନାହାନ୍ତି। 

ପୂର୍ବରୁ ଆରବିଆଇ ପକ୍ଷରୁ ଆସିଥିବା ଗାଇଡଲାଇନ୍‌ରେ କୁହାଯାଇଥିଲା, ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ ବଦଳି ପ୍ରକ୍ରିୟା ଚାଲୁ ରହିବ। ଏହାପରେ ଏହି ସମୟସୀମାକୁ ଅକ୍ଟୋବାର ମାସ ଶେଷ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। 

ଆରବିଆଇ ନିୟମ ଅନୁଯାୟୀ  ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ଗୋଟିଏ ଥରରେ ବଦଳି କରିପାରିବେ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବେ।

ଏଥିସହ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କଗୁଡ଼ିକ ଦୈନକ ଜମା ହେଉଥବା ଓ ବଦଳ କରାଯାଉଥିବା ୨ ହଜାର ଟଙ୍କିଆ ନୋଟର ତଥ୍ୟ ଲେଖି ରଖିବେ। ଅର୍ଥାତ କିଏ କେତେ ଟଙ୍କା ବଦଳ କଲେ ଓ କିଏ କେତେ ଟଙ୍କା ଜମା କରିଛନ୍ତି, ତା’ର ତଥ୍ୟ ରେକର୍ଡ କରାଯିବ। ଆବଶ୍ୟକ ସମୟରେ ବ୍ୟାଙ୍କଗୁଡ଼ିକ ଏହି ତଥ୍ୟ ଆରବିଆଇକୁ ଦେବେ। ତେଣୁ ସମସ୍ତ ଟଙ୍କା ବଦଳର ରେକର୍ଡ ରଖିବାକୁ ଆରବିଆଇ ସବୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

ତେବେ ଏବେ ଲୋକଙ୍କୁ ଛିଡ଼ା କରାଇ ପୁଳା ପୁଳା ୨ ହଜାର ଟଙ୍କା ବଦଳ କରାଗଲେ ଏହା ପଛରେ କଳା ଧନକୁ ଧଳାରେ ପରିବର୍ତ୍ତନ କରାଯାଉଥିବା ଆଶଙ୍କା କରାଯାଉଛି। ତେବେ ଏହା ଉପରେ କିପରି ଅଙ୍କୁଶ ଲଗାଯିବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...