AFFILIATE MARKETING

https://binomo.com?a=90810425bb57&t=0

Thursday, October 26, 2023

ମୃତ୍ୟୁ ସହ ସଂଘର୍ଷ କରି ଆଖବୁଜିଲେ ଅଧ୍ୟାପକ

COASTAL NEWS ODIA 1266


 ମୃତ୍ୟୁ ସହ ସଂଘର୍ଷ କରି ଆଖବୁଜିଲେ ଅଧ୍ୟାପକ



ଝାରସୁଗୁଡ଼ା - (CNO)  ଆଖୁ ବୁଜିଲେ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇ ଦୀର୍ଘ ୨ ମାସ ଧରି ଚିକିତ୍ସାଧୀନ ଥିବା ଅଧ୍ୟାପକ । ଝାରସୁଗୁଡା ଜିଲ୍ଲା ଏଚ କଣ୍ଟାପାଲି କଲେଜରେ ଛାତ୍ରଙ୍କ ମାଡରେ ଗୁରୁତର ଥିବା ଅଧ୍ୟାପକ ଅମିତ କୁମାର ବାରିକଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାର ଭୀମସାର ମେଡିକାଲରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି
|
ଗତ ଫେବୃଆରୀ 22 ତାରିଖରେ ରାଜେଶ କୁମାର ସହିସ ନାମକ ଜଣ ଛାତ୍ର ବିଳମ୍ବରେ କ୍ଲାସକୁ ଆସିଥିବାରୁ ଅଧ୍ୟାପକ ଅମିତ ତାଙ୍କୁ ତାଗିଦ କରିଥିଲେ । ଏହାପରେ ଛାତ୍ର ସହ ଯୁକ୍ତିତର୍କ ହେବା ସହ ଛାତ୍ରଜଣକ ଅଧ୍ୟାପକ ଅମିତଙ୍କୁ ଆକ୍ରମଣ କରିଥିଲା ।
ଫଳରେ ଅଧ୍ୟାପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେହି ଦିନଠାରୁ ଗୁରୁତର ଅଧ୍ୟାପକ ବୁର୍ଲା ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେଉଥିଲେ । 

ଦୀର୍ଘ ୨ ମାସ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ   ତାଙ୍କର ବୁର୍ଲା ମେଡ଼ିକାଲରେ ମୃତ୍ୟୁ ଘଟିଛି । ଅଧ୍ୟାପକଙ୍କ ପରିବାର ଲୋକେ ଅଭିଯୁକ୍ତ ଛାତ୍ର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ମୃତ ଅଧ୍ୟାପକଙ୍କ ପରିବାରର 
କୌଣସି ସଦସ୍ୟଙ୍କୁ କଲେଜରେ ଚାକିରି ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟ SDPO ନିର୍ମଳ ମହାପାତ୍ର କହିଛନ୍ତି, ''ଫେବୃଆରୀ 22 ତାରିଖରେ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ରାଜେଶ ବିଳମ୍ବରେ ଆସିଥିବାରୁ ଅଧ୍ୟାପକ ଅମିତ କୁମାର ତାଙ୍କୁ ଶ୍ରଣୀରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ । ଏହାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଅଧ୍ୟାପକ ଅମିତ ବାରିକଙ୍କ ବାମପଟ କାନରେ ଏକ ଶକ୍ତ ମୁଥ ମାରିଥିଲେ । ଫଳରେ ଅଧ୍ୟାପକ ଜଣକ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିଲା । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା|ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ହୋଇଥିବାରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ । 

ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧ୍ୟାପକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ୨୨ ତାରିଖ ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଅମିତ ବାରିକଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହେବା ସତ୍ତ୍ବେ ୭୨ଘଣ୍ଟା ଯାଏଁ କିଛି କହିବା ସମ୍ଭବ ନୁହେଁ ବୋଲି ଡାକ୍ତର ସୂଚନା ଦେଇଥିଲେ ।

ଏହି ଘଟଣାକୁ ମାସ ମାସ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହୋଇନଥିଲା । ଯାହା ଫଳରେ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ ।କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ IPC ଦଫା ୩୦୭ ରେ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
ବର୍ତ୍ତମାନ ଅଭିଯୁକ୍ତ ଛାତ୍ର ବେଲରେ ଥିବା ସୂଚନା ମିଳିଛି । ଆଜି ଅଧ୍ୟାପକ ଜଣକଙ୍କ ମୃତ୍ୟ ହୋଇଥବା ଏହି ଦଫା ୩୦୭ ପରିବର୍ତ୍ତେ ଏହା ୩୦୨ ଭାବେ ଲାଗୁ ହେବ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...