AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

୩୫୪ ବର୍ଷରେ ପଦାର୍ପଣ କଲା ରାଜବାଟୀ କନକ ଦୁର୍ଗା ପୂଜା

COASTAL NEWS ODIA 1223

୩୫୪ ବର୍ଷରେ ପଦାର୍ପଣ କଲା ରାଜବାଟୀ କନକ ଦୁର୍ଗା ପୂଜା


ଆଳି - (CNO ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ରାଜବାଟୀରେ ପ୍ରତିଷ୍ଠିତ ମା’ କନକ ଦୁର୍ଗା ପୂଜା ସର୍ବ ପୁରାତନ। ପାର୍ବଣ ଅବସରରେ ଆଳି ରାଜବାଟି ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିଲା l ଆଳି ଗ୍ରାମାଞ୍ଚଳରୁ ବର୍ଷକରେ ଥରେ ମା ଙ୍କ ଦର୍ଶନ ସହିତ ବର୍ଷକ ପାଇଁ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାବିକା କରୁଥିଲେ l ଆଳି ରାଜ ପରିବାର ପ୍ରଥମେ ପୁରୀରୁ ଆସି ଡେରାବିଶ ଠାରେ ଅବସ୍ଥାନ କରୁଥିଲେ । ୧୬୭୦ ମସିହାରେ ସେମାନେ ଆଳି ଆସି ରାଜବାଟି ପ୍ରତିଷ୍ଠା କରିଥିଲେ। ସେବେଠୁ ଏଠାରେ ମା’ କନକଦୁର୍ଗାଙ୍କ ପୂଜା ଆୟୋଜିତ ହୋଇଆସୁଛି। 

ଚଳିତ ବର୍ଷ ଏହା ୩୫୪ ବର୍ଷରେ ପହଞ୍ଚିଛି । ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ପୂଜାରେ ଷଷ୍ଠୀରେ ବେଲ ବରଣ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ପୂଜା ଆୟୋଜନ ହେଉଛି। ଦଶହରାରେ ଆଳି ରାଜାଙ୍କ ଦ୍ବାରା ନିଆଳରେ ଲାଖ ବିନ୍ଧା ଉତ୍ସବ ଆୟୋଜନ ହୋଇଥାଏ। ପୂଜା ଦିନ ମାନଙ୍କରେ ପାଣି କଖାରୁ ଓ ମାଛ ବଳି ଦିଆଯାଇଥାଏ। ପୀଠରେ ସ୍ଥାୟୀ ଭାବେ ପ୍ରତିଷ୍ଠିତ ମା’ କନକ ଦୁର୍ଗା ପୂଜା କରାଯାଉଥିବା ବେଳେ ନିକଟରେ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇ ମେଢ଼ ପୂଜା କରାଯାଉଛି। ଏହି ପୂଜାରେ କେନ୍ଦ୍ରାପଡ଼ା ବ୍ୟତୀତ ଆଖାପାଖ ଜିଲ୍ଲାର ଶ୍ରଦ୍ଧାଳୁମାନେ ମଧ୍ଯ ଅଂଶଗ୍ରହଣ କରିଥାନ୍ତି।



ପରବର୍ତ୍ତୀ ସମୟରେ ଆଳି ବ୍ଲକ ର ବିଭିନ୍ନ ସ୍ଥାନରେ ପୂଜା ଅନୁଷ୍ଠାନ ଗଢି ଉଠିଲା ଏବଂ ବିଭିନ୍ନ ସ୍ଥାନରେ ମୃଣ୍ମୟ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚନା କରାଗଲା l ଆଳି ବଜାରରେ ସାର୍ବଜନୀକ ଦୁର୍ଗା ପୂଜା ୩୧ ବର୍ଷରେ ପହଞ୍ଚିଥିବା ବେଳେ ନିଆଳ ହାଟ ଦୁର୍ଗା ପୂଜା ୫୧ ବର୍ଷରେ ପହଞ୍ଚିଛି। ମେଡିକାଲ ରୋଡରେ ହର ପାର୍ବତୀ ପୂଜା, ଲକ୍ଷ୍ମୀ ନାରାୟଣ ପୂଜା, ଅନ୍ନପୂର୍ଣ୍ଣା ପଡ଼ିଆରେ ରାମାଭିଷେକ ପୂଜା, ଦେମାଳ ୟୁଥ କ୍ଲବ ନିକଟରେ ହନୁମାନ ପୂଜା, ମହାବୀର ବଜାରରେ ମହାବୀର ପୂଜା, ଡାକବଙ୍ଗଳା ଛକରେ ନୃସିଂହ ଅବତାର ପୂଜା ଆୟୋଜିତ ହେଉଛି। 

ବଡାମ୍ବିଳା ଗ୍ରାମ ପଞ୍ଚାୟତର କଳଦିଆରେ ମଧ୍ୟ ଖଣ୍ଡାୟତ ସଂଘ ପକ୍ଷରୁ ମା’ ଦୁର୍ଗାଙ୍କର ପୂଜା ଆୟୋଜିତ ହେଉଛି । ସବୁ ପୂଜା ସ୍ଥଳରେ ଭକ୍ତଙ୍କର ଭିଡ଼ ଲାଗି ରହିଛି। ହେଲେ ଆଜି ସକାଳୁ ଆରମ୍ଭ ହୋଇଥିବା ବର୍ଷା ପୂଜାର ଆନନ୍ଦକୁ କମେଇବାରେ ଭୂମିକା ନେବା ସମ୍ଭାବନା ରହିଛି l ଏହାଫଳରେ ଗ୍ରାମାଞ୍ଚଳରୁ କମ୍ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି l ଧାର୍ କରଜ କରି ଉଠା ଦୋକାନ କରିଥିବା ବ୍ୟବସାୟୀ ଆଶଙ୍କାରେ ରହିଛନ୍ତି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...