AFFILIATE MARKETING

https://binomo.com?a=90810425bb57&t=0

Sunday, October 22, 2023

ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲେ ଯୁବକ

COASTAL NEWS ODIA 1217

ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲେ ଯୁବକ



ଘସିପୁରା,୨୨।୧୦ : (CNO) ଭଞ୍ଜ ବିହାରୀ ମହାନ୍ତି - କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି। ରାମଚନ୍ଦ୍ରପୁର ପୋଲିସ ଟଙ୍କା ବ୍ୟାଗ ଧରି ଫେରାର ଯୁବକଙ୍କ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ, ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତରେ ରବିବାର ଜିଆର୍‌ଏସ୍‌ ଅଶୋକ ସାହୁଙ୍କ ଦ୍ୱାରା ଭତ୍ତା ଟଙ୍କା ହିତାଧିକାରୀଙ୍କୁ ବଣ୍ଟାଯାଉଥିଲା। ଜିଆରଏସ୍‌ ଅଶୋକ ୨ ଲକ୍ଷ ୪ ହଜାର ୬ ଶହ ଟଙ୍କା ଉଠାଇ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରୁଥିଲେ। ୯୭ଜଣ ହିତାଧିକାରୀଙ୍କୁ ଟଙ୍କା ବଣ୍ଟା ଯାଇଥିବା ବେଳେ ଶାଳଦେଇ ଗ୍ରାମର ନୀଳମଣି ଦଳେଇ ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେ ନେଇଥିବା ବ୍ୟାଗରେ ୧ଲକ୍ଷ ୩ ହଜାର ୪ ଶହ ଟଙ୍କା ରହିଥିବା ଜିଆର୍‌ଏସ୍‌ ସାହୁ କହିଛନ୍ତି।

ଏହି ଘଟଣାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତନାଘନା ଚାଲିଥିବା ବେଳେ ନୀଳମଣିଙ୍କ ବାପା ଅନାମ ଦଳେଇ ଓଲଟା ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଅଶୋକ ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...