AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା

COASTAL NEWS ODIA 

ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା



ୱାଜିରିସ୍ତାନ - (CNO) ଭଞ୍ଜ ବିହାରୀ ମହାନ୍ତି - ‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍‍ ୱାଣ୍ଟେଡ୍‌ ଆତଙ୍କବାଦୀ ମସୁଦ ଅଜହରଙ୍କର ସେ ଡାହାଣ ହାତ ଥିଲେ।

ପାକିସ୍ତାନୀ ଖବରକାଗଜ ମୁତାବକ, ପୋଲିସ କହିଛି ଯେ ଶୁକ୍ରବାର ସକାଳେ ମାସ୍କ ପିନ୍ଧିଥିବା ଅଜଣା ଆକ୍ରମଣକାରୀମାନେ ଗୁଳି ମାରି ଆତଙ୍କବାଦୀ ଦାଉଦ ମଲିକଙ୍କୁ ହତ୍ୟା କରିଛନ୍ତି। ଉତ୍ତର ୱାଜିରିସ୍ତାନ ପାକିସ୍ତାନର ଏକ ଆଦିବାସୀ ଜିଲ୍ଲା, ଏଠାରେ ମିରାଲୀ ଅଞ୍ଚଳରେ ଦାଉଦଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଟାର୍ଗେଟ୍‌ କରାଯାଇ ଗୁଳି ଚଳାଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ରିପୋର୍ଟ ମୁତାବକ, ଏକ ବ୍ୟସ୍ତବହୁଳ ବଜାରରେ ଦିନ ଦ୍ୱିପ୍ରହରରେ ଅଜଣା ଆକ୍ରମଣକାରୀ ଦାଉଦ ମଲିକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଥାଉ କି, ୨୦୨୩ରେ ଏ ପର୍ଯ୍ୟନ୍ତ ୪୧ଟି ଟାର୍ଗେଟେଡ୍ ଆକ୍ରମଣ କରାଯାଇଛି, ଯେଉଁଥିରେ ଅତି କମ୍‌ରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଦାଉଦ ମଲିକ ମୁସାକି ଗାଁର ବାସିନ୍ଦା ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

No comments:

COASTAL NEWS

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ  ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି – ମୁଖ୍ୟମନ୍ତ୍ରୀ  ଭୁବନେଶ...