AFFILIATE MARKETING

https://binomo.com?a=90810425bb57&t=0

Friday, October 27, 2023

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ

COASTAL NEWS ODIA 1278

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଆପଣମାନେ ତ ଜାଣିଥିବେ ଯେ ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ ଅଛି, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଯେତେବେଳେ ଏହାର ସତ୍ୟତା ସାମ୍ନାକୁ ଆସିଥାଏ, ସେତେବେଳେ ଏହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ କୁହାଯାଏ ଯେ ଏହି ବିଶ୍ୱରେ ଏପରି ୫ଟି ଦେଶ ଅଛି, ଯେଉଁଠାରେ ୩୬୫ ଦିନରୁ ୫୦ ଦିନ, ୭୩ ଦିନ ଏବଂ ୭୬ ଦିନ ପାଇଁ କିଛି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୁଏନାହିଁ । ଏହା ଶୁଣିବାପରେ ଆଶ୍ଚର୍ଯ୍ୟ ଲାଗୁଥିବ ନା? ତାହେଲେ ଆସନ୍ତୁ ଆମେ ଆଜି ଜାଣିବା ଏପରି ୫ ଟି ଦେଶ ଯେଉଁ ଠାରେ ଆପଣ ରାତିରେ ମଧ୍ୟ ଦିନକୁ ଉପଭୋଗ କରିପାରିବେ । ତେବେ ସେହି ଦେଶ ଗୁଡିକର ନାମ ହେଉଛି । ନରୱେ, ଆଇସଲ୍ୟାଣ୍ଡ, କାନାଡା, ଆଲାସ୍କା ଏବଂ ଫିନଲ୍ୟାଣ୍ଡ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ଦେଶ ବିଷୟରେ ବାସ୍ତବରେ କିଛି କଥା ଜଣାଇବୁ ।

ନରୱେ :
ଏହା ହେଉଛି ଏକ ଏପରି ଦେଶ ଯାହା ପାହାଡ ଦ୍ୱାରା ଘେରି ହୋଇ ରହିଛି । ଏହା ଆର୍କଟିକ୍‌ ସର୍କଲ୍‌ ଭିତରେ ରହିଥାଏ । ନରୱେରେ ମେ ରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହାକୁ ‘ଲେଟ୍‌ ଅପ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ । ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ଦେଶରେ ବୁଲିବାର ଆନନ୍ଦ ଉଠାଇ ପାରିବେ ।

ଫିନଲ୍ୟାଣ୍ଡ :
ଏହି ସ୍ଥାନରେ ଆପଣ ମଧ୍ୟରାତ୍ରିରେ ମଧ୍ୟ ସୂର୍ଯ୍ୟ କିରଣର ଆନନ୍ଦ ନେଇ ପାରିବେ । ତେବେ ଆପଣମାନେ ଜାଣିଛନ୍ତି କି ଏହି ଦେଶ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜରେ ସଜେଇ ହୋଇଥାଏ । ଏଥିପାଇଁ ଫିଲଲ୍ୟାଣ୍ଡ ବହୁତ ସୁନ୍ଦର ଓ ଆକର୍ଷଣୀୟ ଲାଗିଥାଏ । ଗରମ ସମୟରେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ବା ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତିରେ ସୂର୍ଯ୍ୟଙ୍କ କିରଣ ଦେଖିବା ପାଇଁ ମିଳିଥାଏ । ଯଦି ବୁଲିବା ପାଇଁ ଦେଖିବା ତାହେଲେ ଫିନଲ୍ୟାଣ୍ଡ ବୁଲିବା ପାଇଁ ବହୁତ ଭଲ ସ୍ଥାନ ହୋଇଥାଏ ।

କାନାଡା: 
ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ ଯାହାକି ବହୁତ ସମୟ ଧରି ବରଫରେ ଆବୃତ ରହିଥାଏ । ଏପରି ମଧ୍ୟ କାନାଡାରେ ରାତିର ଅନ୍ଧାର ଦେଖିବା ପାଇଁ ମିଳିନଥାଏ । ଏଠାରେ ଉତ୍ତର ଓ ପଶ୍ଚିମ ଭାଗରେ ଖରା ସମୟରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବା ପାଇଁ ମିଳିଥାଏ ।

ଆଲାସ୍କା :
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଲାସ୍କାରେ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଲାସ୍କା ଏହାର ସୁନ୍ଦର ଗ୍ଲେସିଅର ପାଇଁ ଜଣାଶୁଣା । ତେବେ ମେ ରୁ ଜୁଲାଇ ମଧ୍ୟରେ ରାତିରେ ଉଜ୍ଜଳତା ଦେଖାବା କେତେ ଆନନ୍ଦମୟ ତାହା ଆପଣ କଳ୍ପନା କରିପାରିବେ ।

ଆଇସଲ୍ୟାଣ୍ଡ :
ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ସବୁଠାରୁ ବଡ ଦୀପ ଅଟେ । ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟ କିରଣର ଉପଭୋଗ କରିପାରିବେ । ତେବେ ଏହି ସ୍ଥାନରେ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଇସଲ୍ୟାଣ୍ଡ ବୁଲିବା ପାଇଁ ସବୁ ଠାରୁ ଭଲ ସ୍ଥାନ ହୋଇପାରେ । ସେଥିପାଇଁ ଯଦି ରାତିରେ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ୫ଟି ସ୍ଥାନକୁ ଯାଇପାରିବେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...