AFFILIATE MARKETING

https://binomo.com?a=90810425bb57&t=0

Friday, October 27, 2023

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ

COASTAL NEWS ODIA 1278

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଆପଣମାନେ ତ ଜାଣିଥିବେ ଯେ ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ ଅଛି, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଯେତେବେଳେ ଏହାର ସତ୍ୟତା ସାମ୍ନାକୁ ଆସିଥାଏ, ସେତେବେଳେ ଏହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ କୁହାଯାଏ ଯେ ଏହି ବିଶ୍ୱରେ ଏପରି ୫ଟି ଦେଶ ଅଛି, ଯେଉଁଠାରେ ୩୬୫ ଦିନରୁ ୫୦ ଦିନ, ୭୩ ଦିନ ଏବଂ ୭୬ ଦିନ ପାଇଁ କିଛି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୁଏନାହିଁ । ଏହା ଶୁଣିବାପରେ ଆଶ୍ଚର୍ଯ୍ୟ ଲାଗୁଥିବ ନା? ତାହେଲେ ଆସନ୍ତୁ ଆମେ ଆଜି ଜାଣିବା ଏପରି ୫ ଟି ଦେଶ ଯେଉଁ ଠାରେ ଆପଣ ରାତିରେ ମଧ୍ୟ ଦିନକୁ ଉପଭୋଗ କରିପାରିବେ । ତେବେ ସେହି ଦେଶ ଗୁଡିକର ନାମ ହେଉଛି । ନରୱେ, ଆଇସଲ୍ୟାଣ୍ଡ, କାନାଡା, ଆଲାସ୍କା ଏବଂ ଫିନଲ୍ୟାଣ୍ଡ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ଦେଶ ବିଷୟରେ ବାସ୍ତବରେ କିଛି କଥା ଜଣାଇବୁ ।

ନରୱେ :
ଏହା ହେଉଛି ଏକ ଏପରି ଦେଶ ଯାହା ପାହାଡ ଦ୍ୱାରା ଘେରି ହୋଇ ରହିଛି । ଏହା ଆର୍କଟିକ୍‌ ସର୍କଲ୍‌ ଭିତରେ ରହିଥାଏ । ନରୱେରେ ମେ ରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହାକୁ ‘ଲେଟ୍‌ ଅପ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ । ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ଦେଶରେ ବୁଲିବାର ଆନନ୍ଦ ଉଠାଇ ପାରିବେ ।

ଫିନଲ୍ୟାଣ୍ଡ :
ଏହି ସ୍ଥାନରେ ଆପଣ ମଧ୍ୟରାତ୍ରିରେ ମଧ୍ୟ ସୂର୍ଯ୍ୟ କିରଣର ଆନନ୍ଦ ନେଇ ପାରିବେ । ତେବେ ଆପଣମାନେ ଜାଣିଛନ୍ତି କି ଏହି ଦେଶ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜରେ ସଜେଇ ହୋଇଥାଏ । ଏଥିପାଇଁ ଫିଲଲ୍ୟାଣ୍ଡ ବହୁତ ସୁନ୍ଦର ଓ ଆକର୍ଷଣୀୟ ଲାଗିଥାଏ । ଗରମ ସମୟରେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ବା ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତିରେ ସୂର୍ଯ୍ୟଙ୍କ କିରଣ ଦେଖିବା ପାଇଁ ମିଳିଥାଏ । ଯଦି ବୁଲିବା ପାଇଁ ଦେଖିବା ତାହେଲେ ଫିନଲ୍ୟାଣ୍ଡ ବୁଲିବା ପାଇଁ ବହୁତ ଭଲ ସ୍ଥାନ ହୋଇଥାଏ ।

କାନାଡା: 
ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ ଯାହାକି ବହୁତ ସମୟ ଧରି ବରଫରେ ଆବୃତ ରହିଥାଏ । ଏପରି ମଧ୍ୟ କାନାଡାରେ ରାତିର ଅନ୍ଧାର ଦେଖିବା ପାଇଁ ମିଳିନଥାଏ । ଏଠାରେ ଉତ୍ତର ଓ ପଶ୍ଚିମ ଭାଗରେ ଖରା ସମୟରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବା ପାଇଁ ମିଳିଥାଏ ।

ଆଲାସ୍କା :
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଲାସ୍କାରେ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଲାସ୍କା ଏହାର ସୁନ୍ଦର ଗ୍ଲେସିଅର ପାଇଁ ଜଣାଶୁଣା । ତେବେ ମେ ରୁ ଜୁଲାଇ ମଧ୍ୟରେ ରାତିରେ ଉଜ୍ଜଳତା ଦେଖାବା କେତେ ଆନନ୍ଦମୟ ତାହା ଆପଣ କଳ୍ପନା କରିପାରିବେ ।

ଆଇସଲ୍ୟାଣ୍ଡ :
ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ସବୁଠାରୁ ବଡ ଦୀପ ଅଟେ । ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟ କିରଣର ଉପଭୋଗ କରିପାରିବେ । ତେବେ ଏହି ସ୍ଥାନରେ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଇସଲ୍ୟାଣ୍ଡ ବୁଲିବା ପାଇଁ ସବୁ ଠାରୁ ଭଲ ସ୍ଥାନ ହୋଇପାରେ । ସେଥିପାଇଁ ଯଦି ରାତିରେ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ୫ଟି ସ୍ଥାନକୁ ଯାଇପାରିବେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...