AFFILIATE MARKETING

https://binomo.com?a=90810425bb57&t=0

Thursday, October 26, 2023

ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର

COASTAL NEWS 1263

ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର
 


 
ଗୋପ- (CNO) ଭଞ୍ଜ ବିହାରୀ ମହାନ୍ତି - ୨୬ା୧୦- ବାକି ଟଙ୍କା ପରିଶୋଧ ନ କରିବାରୁ ଗୋପ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ବିବାହିତା ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଅନୁଯାୟୀ ପୋଲିସ କଠୋର ଦଫା ଲଗାଇବା ପରିବର୍ତ୍ତେ କୋହଳ କରିବା ଏବଂ ଅଭିଯୁକ୍ତଙ୍କୁ ଛାଡ଼ିଦେଇଥିବା ପୀଡ଼ିତା ଅଭିଯୋଗ ଆଣିଥିବାବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଜଣକ ସ୍ଥାନୀୟ ବଜାରରେ ଥିବା ଏକ ଦୋକାନରୁ କିଛି ଗୃହ ନିର୍ମାଣ ସାମଗ୍ରୀ ବାକିରେ ଆଣିଥିଲେ। ସାମଗ୍ରୀ ବାକିରେ ଆଣିବା ପାଇଁ ସ୍ଥାନୀୟ ଗ୍ରାମର ବଳିଆ ପ୍ରଧାନ(୫୦) ମଧ୍ୟସ୍ଥ ହୋଇଥିଲେ। ପୀଡ଼ିତା ବାକି ଟଙ୍କା ପରିଶୋଧ ନ କରିଥିବାରୁ ଏକମାସ ପୂର୍ବେ ତାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ବାଲିଆ ବଳାତ୍କାର କରିଥିଲେ। 

ତେବେ ଲୋକଲଜ୍ଜା ଭୟରେ ପୀଡ଼ିତା ନୀରବ ରହିଥିଲେ। ଗତ ୨୨ ତାରିଖ ରାତି ୯ଟାରେ ପୁନର୍ବାର ବଳିଆ ପୀଡ଼ିତାଙ୍କ ଘରେ ପହଞ୍ଚି ବାକି ଟଙ୍କା ପରିଶୋଧ କରିବା କଥା କହିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ଏହି ସମୟରେ ପୀଡ଼ିତା ଜୋରରେ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ପରେ ପୀଡ଼ିତା ତାଙ୍କ ସ୍ବାମୀଙ୍କୁ ଜଣାଇବା ସହ ଗୋପ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଡାକି କେବଳ ପଚରାଉଚରା କରି ଛାଡ଼ି ଦେଇଥିଲା। ପରେ ପୋଲିସ ଏକ ମାମଲା (ନଂ. ୪୧୦/୨୩) ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲେ ମଧ୍ୟ ଦଫା କୋହଳ ଲଗାଇଥିଲା। 

ଅଭିଯୁକ୍ତ ବଳିଆ ପୀଡ଼ିତାଙ୍କ ପୁଅଙ୍କଠାରୁ ବାକି ଟଙ୍କା ଲାଗି ବାଇକ୍‌ ଛଡ଼ାଇ ରଖିଥିଲେ। ପୀଡ଼ିତାଙ୍କ ପୁଅକୁ ପୋଲିସ ବାଇକ୍‌ ଦେଇ ନ ଥିବା ଅଭିଯୋଗ ହୋଇଛି। ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ ନ କରାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏ ନେଇ ଗୋପ ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ପଚାରିବାରେ ମାମଲାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...