AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ

COASTAL NEWS ODIA 1293

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଏଣିକି ବିବାହ କରିବାକୁ ହେଲେ ସରକାରଙ୍କ ଅନୁମତି ଦରକାର । ହଁ..ଠିକ୍‌ ଶୁଣିଲେ ଆପଣ । ବିବାହ କରିବାକୁ ଦରକାର ସରକାରୀ ଅନୁମତି । ଅବଶ୍ୟ ଏହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରାଯିବ ନାହିଁ ହେଲେ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନଙ୍କ ଲାଗି ନିଶ୍ଚତ ଲାଗୁ ହେବ ଏହି ନିୟମ । ଆସାମ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଯେଉଁ ସରକାରୀ କର୍ମଚାରୀମାନେ ଦ୍ଵିତୀୟ ବିବାହ କରିବାକୁ ଇଚ୍ଛା କରୁଛନ୍ତି ସେମାନେ ସରକାରଙ୍କ ବିନା ଅନୁମତିରେ ବିବାହ କରିପାରିବେ ନାହିଁ ।
 
ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ । କାରଣ ବାହାଘରକୁ ନେଇ ସେ ଯେଉଁ ପରି ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଦ୍ଵିତୀୟ ବିବାହ ଲାଗି ଧାର୍ମିକ ଅନୁମତି ପାଇବା ପରେ ମଧ୍ୟ ବାହା ହୋଇପାରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଭାବରେ ସ୍ଵୀକୃତ ନମିଳିଛି ।
 
ବର୍ତ୍ତମାନ ଆସାମ ସରକାରଙ୍କ ଅଧୀନରେ ପ୍ରାୟ ୪ ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଅନେକ ଦ୍ଵିତୀୟ ବିବାହ କରିଥିବା କୁହାଯାଉଛି । ତେଣୁ କେମିତି ଦ୍ଵିତୀୟ ବିବାହ ଉପରେ ରୋକ ଲଗାଯିବ ସେନେଇ ଏମିତି ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ପୂର୍ବରୁ ରାଜ୍ୟରେ ଏହି ନିୟମ ପ୍ରଚଳିତ ଥିବା ପରେ ବି କର୍ମଚାରୀମାନେ ଠିକ୍‌ରେ ମାନୁନଥିଲେ । ତେଣୁ ଏବେ ନିୟମକୁ ଆହୁରି କଡାକଡି କରାଯାଇଛି । 
 
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ନିୟମ ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । ଯଦି ମହିଳାଙ୍କ ସ୍ଵାମୀ ବଂଚିଥିବେ କିମ୍ବା ଆଇନ ଅନୁସାରେ ଅଲଗା ହୋଇନଥିବେ ତେବେ ବିବାହ କରିପାରିବେ ନାହିଁ । ଯଦି ନିୟମ ଖିଲାପ ହୁଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଆସାମ ସରକାର । ତେବେ ସରକାରଙ୍କ ଏହି ନିୟମକୁ ନେଇ ଏବେ ଭାରି ଚର୍ଚ୍ଚା ।
 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...