AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ

COASTAL NEWS ODIA 1293

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଏଣିକି ବିବାହ କରିବାକୁ ହେଲେ ସରକାରଙ୍କ ଅନୁମତି ଦରକାର । ହଁ..ଠିକ୍‌ ଶୁଣିଲେ ଆପଣ । ବିବାହ କରିବାକୁ ଦରକାର ସରକାରୀ ଅନୁମତି । ଅବଶ୍ୟ ଏହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରାଯିବ ନାହିଁ ହେଲେ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନଙ୍କ ଲାଗି ନିଶ୍ଚତ ଲାଗୁ ହେବ ଏହି ନିୟମ । ଆସାମ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଯେଉଁ ସରକାରୀ କର୍ମଚାରୀମାନେ ଦ୍ଵିତୀୟ ବିବାହ କରିବାକୁ ଇଚ୍ଛା କରୁଛନ୍ତି ସେମାନେ ସରକାରଙ୍କ ବିନା ଅନୁମତିରେ ବିବାହ କରିପାରିବେ ନାହିଁ ।
 
ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ । କାରଣ ବାହାଘରକୁ ନେଇ ସେ ଯେଉଁ ପରି ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଦ୍ଵିତୀୟ ବିବାହ ଲାଗି ଧାର୍ମିକ ଅନୁମତି ପାଇବା ପରେ ମଧ୍ୟ ବାହା ହୋଇପାରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଭାବରେ ସ୍ଵୀକୃତ ନମିଳିଛି ।
 
ବର୍ତ୍ତମାନ ଆସାମ ସରକାରଙ୍କ ଅଧୀନରେ ପ୍ରାୟ ୪ ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଅନେକ ଦ୍ଵିତୀୟ ବିବାହ କରିଥିବା କୁହାଯାଉଛି । ତେଣୁ କେମିତି ଦ୍ଵିତୀୟ ବିବାହ ଉପରେ ରୋକ ଲଗାଯିବ ସେନେଇ ଏମିତି ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ପୂର୍ବରୁ ରାଜ୍ୟରେ ଏହି ନିୟମ ପ୍ରଚଳିତ ଥିବା ପରେ ବି କର୍ମଚାରୀମାନେ ଠିକ୍‌ରେ ମାନୁନଥିଲେ । ତେଣୁ ଏବେ ନିୟମକୁ ଆହୁରି କଡାକଡି କରାଯାଇଛି । 
 
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ନିୟମ ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । ଯଦି ମହିଳାଙ୍କ ସ୍ଵାମୀ ବଂଚିଥିବେ କିମ୍ବା ଆଇନ ଅନୁସାରେ ଅଲଗା ହୋଇନଥିବେ ତେବେ ବିବାହ କରିପାରିବେ ନାହିଁ । ଯଦି ନିୟମ ଖିଲାପ ହୁଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଆସାମ ସରକାର । ତେବେ ସରକାରଙ୍କ ଏହି ନିୟମକୁ ନେଇ ଏବେ ଭାରି ଚର୍ଚ୍ଚା ।
 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...