AFFILIATE MARKETING

https://binomo.com?a=90810425bb57&t=0

Thursday, October 26, 2023

ବସ୍ ମାଲିକ ସଂଘ-ସରକାରଙ୍କ ଆଲୋଚନା ସଫଳ, ଆଉ ହେବନି ଧର୍ମଘଟ

COASTAL NEWS ODIA 12

ବସ୍ ମାଲିକ ସଂଘ-ସରକାରଙ୍କ ଆଲୋଚନା ସଫଳ, ଆଉ ହେବନି ଧର୍ମଘଟ



ଭୁବନେଶ୍ୱର  : (CNO) ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ସଫଳ ହୋଇଛି । ଧର୍ମଘଟ ନିଷ୍ପତ୍ତିରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ। ତାଙ୍କ ଦାବି ହେଉଛି ବ୍ଲକରୁ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ । ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୦ ତାରିଖ ସୁଦ୍ଧା ଲିଖିତ ଭାବରେ ଦାବି ଉପସ୍ଥାପନ କରିବ ସଂଘ । ଆସନ୍ତା ୩୧ ତାରିଖରୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିଛି । ରାଜ୍ୟ ବସ୍ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ବିରୋଧ କରାଯାଇଛି । ଯଦି ରାଜ୍ୟ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ନୀତିଗତ ତଥା ଉଚିତ ନିଷ୍ପତ୍ତି ନିଆଗଲେ ଆମେ ସ୍ବାଗତ କରିବୁ ବୋଲି ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ କହିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ହେଉଥିବା ଯୋଜନାକୁ ରାଜ୍ୟ ସଂଘ ବିରୋଧ କଲେ ଆମେ ସମର୍ଥନ ଦେବୁ ନାହିଁ । ଲକ୍ଷ୍ମୀ ଯୋଜନାରେ ସରକାର ବ୍ଲକ୍‌ରୁ ପଞ୍ଚାୟତକୁ ରିହାତି ଦରରେ ବସ୍ ଚଳାଚଳ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି, ଏହାଦ୍ୱାରା ଘରୋଇ ବସ୍‌ଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ ନାହିଁ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...