AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ଥାନା ଭିତରେ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ, IICଙ୍କୁ ବ୍ଲେଡ୍‌ରେ କାଟି ପକାଇଲା

COASTAL NEWS ODIA 12

ଥାନା ଭିତରେ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ, IICଙ୍କୁ ବ୍ଲେଡ୍‌ରେ କାଟି ପକାଇଲା



ମୟୂରଭଞ୍ଜ - (argus news) (CNO) ଭଞ୍ଜ ବିହାରୀ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଘଟିଛି ଅଭାବନୀୟ ଘଟଣା । ଗତ ୧୬ ତାରିଖରେ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାର ପଚରାଉଚରା ପାଇଁ ଉକ୍ତ ଶୈବ ପୀଠର ସେବାୟତ ବିଶୋଇଗାଁ ଗ୍ରାମର ସୁଶାନ୍ତ ଦେଓକୁ ବିଶୋଇ ଥାନାକୁ ଡକାଯାଇଥିଲା । ଏହି ସମୟରେ ଅଧିକାରୀ ମିନି ଭୋଇଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ସୁଶାନ୍ତ ଦେଓ । 

ବ୍ଲେଡ଼ ସାହାଯ୍ୟରେ ଥାନା ଅଧିକାରୀଣିଙ୍କ ଗଳା କାଟିବା ଆରମ୍ଭ କରିଥିଲେ ଅଭିଯୁକ୍ତ ସୁଶାନ୍ତ ଦେଓ । ଏଥିରେ ଥାନା ଅଧିକାରିଣୀ ଆକ୍ରମଣରୁ କୌଶଳ କ୍ରମେ ମୁକୁଳି ଯାଇଥିଲେ ସୁଦ୍ଧା ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା । ତାଙ୍କୁ ବିଶୋଇ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଯାଇଛି । ଏନେଇ ଥାନାରେ ୨୦୯/୨୩ରେ ମାମଲା ରୁଜୁ ହୋଇଥିବା ହୋଇଛି । ଆଜି ଆକ୍ରମଣକାରୀ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମନ୍ଦିର ହୁଣ୍ଡିରୁ ଚୋରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବିଶୋଇ ପୋଲିସ କହିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...