AFFILIATE MARKETING

https://binomo.com?a=90810425bb57&t=0

Wednesday, October 25, 2023

ମଦ ବୋତଲ ଠିପିରେ ଫସିଲା ନାଗ

COASTAL NEWS ODIA 1257

ମଦ ବୋତଲ ଠିପିରେ ଫସିଲା ନାଗ



ବାଙ୍କୀ : (CNO) ଭଞ୍ଜ ବିହାରୀ ମହାନ୍ତି - ମଦ ବୋତଲ ଠିପିରେ ଫସିଲା ନାଗ ସାପ । ଖବର ପାଇ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ତେବେ ମିଳିଥିବା ଖବର ମୁତାବକ, କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଦୋକାନ ପଛପଟେ ପ୍ରାୟ ଚାରି ଫୁଟ୍ ଲମ୍ବର ଏକ ନାଗ ସାପ ଦେହରେ ମଦ ବୋତଲ ଠିପି ରହିଯାଇଥିଲା ।

ଏକାବେଳକେ ତିନି ତିନିଟି ଠିପି ସାପଟିର ଶରୀରରେ ଫସିରହିଥିଲା । ଯାହାଫଳରେ ସେ ଭଲରେ ଚଳପ୍ରଚଳ ହୋଇନପାରି ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଲୋକେ। ଏନେଇ ଜାଣିବା ପରେ ସେମାନେ ତୁରନ୍ତ ସ୍ନେକହେଲପ ଲାଇନକୁ ଖବର ଦେଇଥିଲେ । ଖବର ପାଇବା କ୍ଷଣି ବାଙ୍କୀ ସ୍ନେକ ହେଲପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ନାଗ ସାପଟିକୁ ଦେଖି ସେଠାରୁ ବାହାରକୁ ଆଣି ଦେଖିଥିଲେ।

ତେବେ ସାପଟି ଖାଦ୍ୟ ଖୋଜିବାକୁ ଯାଉଥିବା ବେଳେ ମଦ ବୋତଲ ଠିପି ଭିତରେ ଫସି ଯାଇଥିଲା କୁହାଯାଉଛି । ଠିପି ଭିତରେ ଫସି ସେ ନା କୁଆଡେ ଯାଇ ପାରୁଥିଲା ନା ବୋତଲ ଠିପିଟି ତା ଶରୀରରୁ ବାହାରୁଥିଲା । ତେଣୁ ବାଧ୍ୟ ହୋଇ ସ୍ନେକହେଲ୍ପ ଲାଇନ ସଂଯୋଜକ କୌଶଳ କ୍ରମେ ସାପଟିକୁ ଧରି ପ୍ଲାଷ୍ଟିକ ଠିପିକୁ ସାପ ଦେହରୁ କାଟି କାଟି ବାହାର କରିଥିଲେ। ତେବେ ଶେଷରେ ସାପଟିକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛଡା ଯାଇଛି। ତିନି ଗୋଟି ବୋତଲ ଠିପି ବେକ ଠାରୁ ଅଳ୍ପ ଦୂରରେ ଲାଗି ରହିଥିଲା । ଯଦିଓ ଆଉ ଦିନେ ଏଭଳି ଅବସ୍ଥାରେ ରହିଥିଲେ ସାପଟି ଖାଇବାକୁ ନ ପାଇ ନିଶ୍ଚିତ ଭାବେ ମୃତ୍ୟୁ ବରଣ କରିଥାନ୍ତା ।

ଏଣୁ ଲୋକମାନେ ବିୟର, କିମ୍ବା କୌଣସି ଡ୍ରିଙ୍କସ୍ ପିଇବା ପାଇଁ ଯଦି କିଣୁଛନ୍ତି, ତେବେ ପିଇ ସାରିବା ପରେ ତାକୁ ଡଷ୍ଟବିନ୍ ରେ ପକାନ୍ତୁ । କେବେ ହେଲେ ବି ଜଙ୍ଗଲ ବା ଖୋଲା ପରିବେଶରେ ଫୋପାଡନ୍ତୁ ନାହିଁ । ନହେଲେ ଆପଣ ମାନଙ୍କ ଖାମଖିଆଲ ମନୋଭାବ ପାଇଁ ନିରୀହ ଜୀବଜନ୍ତୁ ଙ୍କୁ କଷ୍ଟ ସହିବାକୁ ପଡିପାରେ ।

No comments:

COASTAL NEWS

ପାଲଟା ବାଘ

                   @ ଜହ୍ନମାମୁଁ @ .                     *⭕“ "ପାଲଟା ବାଘ" “⭕*   ଅନେକ ବର୍ଷ ତଳର କଥା । ପ୍ରଲମ୍ବିତ ପାହାଡଶ୍ରେଣୀ...