AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ

COASTAL NEWS ODIA 1312

ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ 



ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ସଞ୍ଜୀବ ଖାନ୍ନା ଓ ଏସଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଅବକାରୀ ନୀତି ଅନିୟମିତତା ପଛରେ ଅର୍ଥ କାରବାର ହୋଇଥିବା ନେଇ ଆପାତତଃ ପ୍ରମାଣ ମିଳିଛି। 

ମାମଲାର ସ୍ଥିତି ଆଧାରରୁ ଜଣାପଡୁଛି ଯେ ଏହି ନୀତି ପ୍ରଣୟନ ପାଇଁ ୩୩୮ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ତେଣୁ ଏହାର ତଦନ୍ତ ଅଗ୍ରଗତି ହେବା ପରେ ସିସୋଦିଆ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଆବେଦନ କରିପାରିବେ। ମାମଲାର ବର୍ତ୍ତମାନ ତଦନ୍ତ ସ୍ଥିତି ଅନୁଯାୟୀ ଜାମିନ ପ୍ରଦାନ କରାଯାଇପାରିବ ନାହିଁ। ପରବର୍ତ୍ତୀ ସମୟରେ ସିସୋଦିଆ ଜାମିନ ଆବେଦନ କରିଲେ ଏହା ଉପରେ ବିଚାର କରାଯିବ।
ଅନ୍ୟପଟେ ଏହି ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ସିବିଆଇ କେଜରିୱାଲଙ୍କୁ ଜେରା କରିଥିଲା। 

ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆପ୍ ନେତ୍ରୀ ଅତିଶି ଅସନ୍ତୋ​‌ଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ​‌େ​ଯ ଦଳ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରେ। ମାତ୍ର ସିସୋଦିଆଙ୍କ ଜାମିନକୁ ଅଗ୍ରାହ୍ୟ କରି ଯେଉଁ ରାୟ ଦିଆଯାଇଛି ଦଳ ତାକୁ ଗ୍ରହଣ କରିପାରୁ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଆପ୍ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିସନ) ଦାୟର କରିବାକୁ ଯୋଜନା କରୁଥିବା ଜଣାଯାଇଛି। 

ଅବକାରୀ ନୀତି ଅନିୟମିତତାକୁ ନେଇ ସିସୋଦିଆଙ୍କୁ ସିବିଆଇ ଓ ଇଡି ଗିରଫ କରିଛି। ଉଭୟ ମାମଲାରେ ସେ ଜାମିନ ଆବେଦନ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...