AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ଛାଡପତ୍ର ମନ୍ଦିର

COASTAL NEWS ODIA 1248

ଛାଡପତ୍ର ମନ୍ଦିର 



CNO - ଭଞ୍ଜ ବିହାରୀ ମହାନ୍ତି - ଛାଡପତ୍ର ନେବା ମାନେ ଦୁଇ ଜଣଙ୍କ ଯୋଡି ଭାଙ୍ଗିବା ସହ ଦୁଇ ପରିବାରର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । ଏହାର ଖରାପ ପ୍ରଭାବ ଆପଣଙ୍କ ପିଲାମାନଙ୍କ ଉପରେ ମଧ୍ୟ ପଡିଥାଏ । ହେଲେ ଯେତେବେଳେ ଗୋଟିଏ ସମ୍ପର୍କ ସହନଶୀଳତା ବାହାରକୁ ଯାଇଥାଏ, ସେତେବେଳେ ଛାଡପତ୍ର ଏକ ମାତ୍ର ବିକଳ୍ପ ହୋଇଯାଏ ।

ତେବେ ବର୍ତ୍ତମାନର ଆଧୁନିକ ସମୟରେ ମଧ୍ୟ ଛାଡପତ୍ର ହୋଇଥାବା ମହିଳାଙ୍କୁ ବହୁତ କଥା ଶୁଣିବା ପାଇଁ ପଡୁଛି । ହେଲେ ବହୁତ ବର୍ଷ ପୂର୍ବରୁ ଏପରି ସମୟ ଥିଲା ଯେତେବେଳେ ମହିଳାମାନଙ୍କୁ ଛାଡପତ୍ର ନେବା ପାଇଁ ଅନୁମତି ନଥିଲା । ତେବେ ସେହି ସମୟରେ ମହିଳାମାନଙ୍କୁ ଛାଡପତ୍ର ନେବାକୁ ବାରଣ କରାଯାଇଥିଲା, ଏବଂ ସେ ଅତ୍ୟାଚାର ସହିବାକୁ ବାଧ୍ୟ ଥିଲେ । ଯେପର୍ଯ୍ୟନ୍ତ ଜାପାନରେ ଏହି ଆଶ୍ରମ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିନଥିଲା, ସେହି ସମୟ ପର୍ଯ୍ୟନ୍ତ ମହିଳାମାନଙ୍କ ଉପରେ ଏହି ଅତ୍ୟାଚାର ଜାରି ରହିଥିଲା । କିନ୍ତୁ ଜାପାନରେ ଛାଡପତ୍ର ହୋଇଥିବା ମହିଳାଙ୍କର ସାହାଯ୍ୟ କରିବା ପାଇଁ କିଛି ବର୍ଷ ପୂର୍ବରୁ ଏକ ମନ୍ଦିର ନିର୍ମିତ ହୋଇଛି । ଏହାକୁ ମହିଳାଙ୍କର ଦ୍ୱିତୀୟ ଘର ବୋଲି କୁହାଯାଏ । ତେବେ ଏହି ମନ୍ଦିରଟି ଛାଡପତ୍ର ମନ୍ଦିର ଭାବେରେ ଜଣାଶୁଣା ରହିଛି ।

ଜାପାନର କାନାଗାଓ୍ଵା ପ୍ରଦେଶର କାମାକୁରା ସହରରେ ଅବସ୍ଥିତ ଟୋକି-ଜି ମନ୍ଦିରକୁ ‘ଛାଡପତ୍ର ମନ୍ଦିର’ କୁହାଯାଏ । ଏହି ମନ୍ଦିର ୬୦୦ ବର୍ଷ ପୁରୁଣା । ଏହି ମନ୍ଦିର ସେହିସମୟରେ ତିଆରି ହୋଇଛି ଯେଉଁ ସମୟରେ ଜାପାନର ମହିଳାମାନଙ୍କ ପାଖରେ ମୌଳିକ ଅଧିକାର ନଥିଲା । ଏହି ମନ୍ଦିରରେ ସେହି ମହିଳାମାନେ ରହିପାରୁଥିଲେ ଯେଉଁ ମାନେ ତାଙ୍କ ଶାଶୁ ଘରେ ଅତ୍ୟାଚାରର ଶିକାର ହେଉଥିଲେ । ଏହାକୁ ସେହି ମହିଳାମାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ କୁହାଯାଉଥିଲା ।

ସୂଚନା ମୁତାବକ, ଏହା ଏକ ବୌଦ୍ଧ ମନ୍ଦିର, ୧୨୮୫ରେ ବୌଦ୍ଧିଷ୍ଟ ନନ କାକୁସାନ ଶାଡି ନି ତିଆରି କରିଥିଲେ । ତେବେ ୧୧୫୮ ରୁ ୧୩୩୩ ମଧ୍ୟରେ ଜାପାନରେ ମହିଳାମାଙ୍କ ସ୍ଥିତି ବହୁତ ଖରାପ ଥିଲା । ତାଙ୍କ ପାଖରେ ତାଙ୍କର ମୌଳିକ ଅଧିକାର ନଥିଲା । ଏହା ବ୍ୟତୀତ ସେମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଥିଲା । ଏହି ପରିସ୍ଥିତିରେ ଯେଉଁ ମହିଳାମାନେ ତାଙ୍କ ବିବାହରେ ଖୁସି ନଥିଲେ ଓ ଘରୋଇ ହିଂସାର ଶିକାର ହେଉଥିଲେ , ସେମାନେ ଏହି ମନ୍ଦିରରେ ଆସି ରହିପାରୁଥିଲେ ।

ତେବେ ଏହାର କିଛି ସମୟ ପରେ ଏହି ମନ୍ଦିର ସେହି ମହିଳାମାନଙ୍କୁ ସରକାରୀ ଛାଡପତ୍ର ଦେବା ଆରମ୍ଭ କରିଛି । ଯାହାଦ୍ୱାରା ସେମାନେ ଜୀବନକୁ ଖୁସିରେ ବଞ୍ଚି ପାରିବେ । ଏହି ସାର୍ଟିଫିକେଟ୍‌ ଆଇନଗତ ଭାବେ ମହିଳାମାନଙ୍କୁ ସେ ବିବାହରୁ ବାହାର କରିପାରିବ । ତେବେ ଆଜି ଏହି ମନ୍ଦିର ମହିଳାଙ୍କ ସଶକ୍ତିକରଣର ପ୍ରତିକ ଭାବେ ଦେଖିବା ପାଇଁ ମିଳୁଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...