AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା

COASTAL NEWS ODIA 1241

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା 



ଗାଜା - (CNO) ଭଞ୍ଜ ବିହାରୀ ମହାନ୍ତି - ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ଅଧିକାଂଶ ଅଞ୍ଚଳ ଛିନଛତ୍ର ହୋଇ ଯାଇଛି। ଗାଜାକୁ ନିଜର ଗଡ଼ ଭାବେ ବ୍ୟବହାର କରୁଥିବା ହମାସ ଆତଙ୍କବାଦୀଙ୍କ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗି ପଡ଼ିଛି। ଉଭୟ ଆକାଶ ପଥ ଓ ସ୍ଥଳ ପଥରେ ଇସ୍ରାଏଲ ସେନା ଅପରେସନ ଜାରି ରଖିଛନ୍ତି। ଏଥିପାଇଁ ସାଧାରଣ ଲୋକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ଏସବୁ ଭିତରେ ଗାଜାର ନେଓନିତାଲ ଇଣ୍ଟେନସିଭ କେୟାର ୟୁନିଟର ଡାକ୍ତରମାନେ ପୂରା ବିଶ୍ୱକୁ ଆକୁଳ ନିବେଦନ କରିଛନ୍ତି। ହସ୍ପିଟାଲରେ ତେଲ ଓ ଜରୁରୀ ମେଡିସିନର ଅଭାବ ସେମାନଙ୍କୁ ବଚଳିତ କରିଛି। ଯଦି ସେମାନଙ୍କ ଇନକ୍ୟୁବଟର୍ସଗୁଡ଼ିକ ତେଲ ଅଭାବରୁ ବନ୍ଦ ହୋଇଯିବ, ତା’ହେଲେ କିଛି ମିନିଟ ମଧ୍ୟରେ ୫୫ ଜଣ ଶିଶୁଙ୍କ ଜୀବନ ଚାଲିଯିବ ବୋଲି ସେମାନେ କହିଛନ୍ତି।

ଅଲ ଶିଫା ହସ୍ପିଟାଲର ଡାକ୍ତର ନସୀର ବୁଲବୁଲ କହିଛନ୍ତି, “କ୍ରିଟିକାଲ ବିଭାଗ ପାଇଁ ଜରୁରୀ ମେଡିସିନ ଆବଶ୍ୟକ। ଜରୁରୀ ମେଡିସିନ ପଠାଇବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରିଛୁ।

ଯଦି ମେଡିସିନ ନ ମିଳିବ, ତା’ହେଲେ ଆମେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବୁ। ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଗଲେ, ୫୫ ଜଣ ଶିଶୁଙ୍କ ଜୀବନ ଚାଲିଯିବ। କାରଣ ସେମାନଙ୍କୁ ୫ ମିନିଟ ମଧ୍ୟରେ ବିଜୁଳି ମିଳିବା ଦରକାର। ନଚେତ ସେମାନେ ସବୁ ଦିନ ପାଇଁ ଆଖି ବୁଜି ଦେବେ।”

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ ଅଲ କିଦ୍ରାଙ୍କ କହିବା କଥା ଯେ ଇଲେକ୍ଟ୍ରିକ ଇନକ୍ୟୁବର୍ସରେ ୧୩୩ ଜଣ ନବଜାତ ରହିଛନ୍ତି। ହସ୍ପିଟାଲଗୁଡ଼ିକରେ ଥିବା ଜେନେରେଟର୍ସଗୁଡ଼ିକରେ ତେଲ ଶେଷ ହେବାକୁ ଲାଗିଲାଣି। ବିଶେଷ କରି ଗାଜାର ସବୁ ଠାରୁ ବଡ଼ ହସ୍ପିଟାଲ ଶିଫାରେ ଥିବା ଜେନେରେଟର ଟାଙ୍କିରେ ତେଲ ଆଉ ମାତ୍ର ସ୍ୱଳ୍ପ ପରିମାଣର ରହିଛି।

ଜୀବନ ରକ୍ଷା କରି ଉପକରଣଗୁଡ଼ିକ ପାଇଁ ତେଲ ସୁଇଜକୁ ଖୋଲା ରଖାଯାଇଛି। କିନ୍ତୁ ସେଗୁଡ଼ିକ କେତେ ସମୟ ଚାଲିବ, ସେକଥା କାହାକୁ ଜଣା ନାହିଁ। ଆମେ ପୂରା ବିଶ୍ୱକୁ ତେଲ ଯୋଗାଇ ଦେବାକୁ ନିବେଦନ କରୁଛି। ହସ୍ପିଟାଲଗୁଡ଼ିକରେ ଜୀବନ ରକ୍ଷା ପାଇଁ ଆମେ ଆମର ସରକାର ଓ ଘରୋଇ ପେଟ୍ରୋଲ ଷ୍ଟେସନଗୁଡ଼ିକ ଯଥା ସମ୍ଭବ ତେଲ ଯୋଗାଣ ପାଇଁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...