AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1296


ସଂକ୍ଷିପ୍ତ ଖବର
୨୮-ଅକ୍ଟବର -୨୦୨୩, ଶନିବାର*



➡️୧-ଆଜି ଧରାଅବତରିବେ ଧନ ଓ ଐଶର୍ଯ୍ୟର ଦେବୀ ମା ଗଜଲକ୍ଷ୍ମୀ । ଢେଙ୍କାନାଳରେ ଚାନ୍ଦି ମେଢ଼ରେ ଝଟକିବେ ମାଆ ଗଜଲକ୍ଷ୍ମୀ l ଚଳିତଥର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ସେପଟେ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।

➡️୨-ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ l ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼ l ରାତି ୧ଟା ୦୫ ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ l

➡️୩-ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି l ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।

➡️୪-ଆଜି ସକାଳ ୧୦ଟାରେ ଭୁବନେଶ୍ବରରୁ ଦିଲ୍ଲୀ ଯିବ ଅମୃତ କଳସ ଯାତ୍ରା ଟ୍ରେନ l ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ୩୧ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅମୃତ ବାଟିକାର କରିବେ ଶିଳାନ୍ୟାସ l

➡️୫-ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମାଟି କଳସ ଯାତ୍ରା’ର କଲେ ଶୁଭାରମ୍ଭ l

➡️୬-ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଦେଲେ ଇସ୍ତଫା l ସେମାନେ ଦେବୋତ୍ତର କମିସନରଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ଦୁଇ ନିଯୋଗ କଲେ ସ୍ପଷ୍ଟ l

➡️୭-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର l

➡️୮-୨୦୨୪ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା l ଡିସେମ୍ବର ୯ ପର୍ଯ୍ୟନ୍ତ ଭୋଟରମାନେ ଆବେଦନ କରିପାରିବେ l

➡️୯-ଆଜି ଅପରାହ୍ନ ଗୋଟାଏ ସମୟରେ ୫୧ ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୦-କ୍ୟାନ୍ସର ପୀଡିତ ଶିଶୁଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଜଟଣୀରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ l

➡️୧୧-ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ-ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେଲା କ୍ରୁଟ୍ l ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ରୁଟକୁ ମିଳିଲା ଏହି ପୁରସ୍କାର l

➡️୧୨- ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୩-ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ l

➡️୧୪-ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ l

➡️୧୫-ଗାଜାର ହମାସ୍‌ ଆତଙ୍କବାଦୀକୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା l ହମାସ୍‌କୁ ଆର୍ଥିକ, ଲଜିଷ୍ଟିକାଲ ଓ ସାମରିକ ସହାୟତା ଯୋଗାଇବାରେ ଇରାନର ଭୂମିକା ରହିଥିବା ଆମେରିକା କହିଛି।

➡️୧୬-ମିଆଁମାରରେ ଭୂମିକମ୍ପ ଝଟ୍‌କା ଅନୁଭୂତ l ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ l ଏବେସୁଦ୍ଧା ଭୂମିକମ୍ପଜନିତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ l

➡️୧୭-୨୨ ଦିନରେ ପହଞ୍ଚିଲାଣି ଇସ୍ରାଏଲ ଓ ହମାସ ଯୁଦ୍ଧ l ଗାଜା ଉପରେ ଜୋରଦାର ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ l ମୋବାଇଲ ଓ ଇଣ୍ଟରନେଟ୍‌ ସେବା ହେଲା ଠପ୍‌ l

➡️୧୮-ବିଶ୍ବକପ କ୍ରିକେଟ : ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ,ବାଂଲାଦେଶ-​ନେଦରଲ୍ୟାଣ୍ଡ୍‌ସ ମୁକାବିଲା l

➡️୧୯-ସୁଲତାନ ଜୋହର କପ୍‌ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ ୩-୩ରେ ହେଲା ଡ୍ର l ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଆଜି ଆୟୋଜକ ମାଲେସିଆ ବିପକ୍ଷରେ ଖେଳିବ।

➡️୨୦-ସ୍ୱର୍ଣ୍ଣ ଜିତି ଶତକର ଇତିହାସ ଲେଖିଲା ଭାରତ: ପ୍ରଥମ ଥର ଏସୀୟ ପାରା କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ଛୁଇଁଲା l

➡️୨୧-ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ! ୫ମ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା l ଶେଷ ୱିକଟେରେ ଜିତିଲା ଦକ୍ଷିଣ ଆଫ୍ରିକା l


No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...