AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1296


ସଂକ୍ଷିପ୍ତ ଖବର
୨୮-ଅକ୍ଟବର -୨୦୨୩, ଶନିବାର*



➡️୧-ଆଜି ଧରାଅବତରିବେ ଧନ ଓ ଐଶର୍ଯ୍ୟର ଦେବୀ ମା ଗଜଲକ୍ଷ୍ମୀ । ଢେଙ୍କାନାଳରେ ଚାନ୍ଦି ମେଢ଼ରେ ଝଟକିବେ ମାଆ ଗଜଲକ୍ଷ୍ମୀ l ଚଳିତଥର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ସେପଟେ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।

➡️୨-ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ l ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼ l ରାତି ୧ଟା ୦୫ ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ l

➡️୩-ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି l ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।

➡️୪-ଆଜି ସକାଳ ୧୦ଟାରେ ଭୁବନେଶ୍ବରରୁ ଦିଲ୍ଲୀ ଯିବ ଅମୃତ କଳସ ଯାତ୍ରା ଟ୍ରେନ l ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ୩୧ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅମୃତ ବାଟିକାର କରିବେ ଶିଳାନ୍ୟାସ l

➡️୫-ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମାଟି କଳସ ଯାତ୍ରା’ର କଲେ ଶୁଭାରମ୍ଭ l

➡️୬-ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଦେଲେ ଇସ୍ତଫା l ସେମାନେ ଦେବୋତ୍ତର କମିସନରଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ଦୁଇ ନିଯୋଗ କଲେ ସ୍ପଷ୍ଟ l

➡️୭-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର l

➡️୮-୨୦୨୪ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା l ଡିସେମ୍ବର ୯ ପର୍ଯ୍ୟନ୍ତ ଭୋଟରମାନେ ଆବେଦନ କରିପାରିବେ l

➡️୯-ଆଜି ଅପରାହ୍ନ ଗୋଟାଏ ସମୟରେ ୫୧ ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୦-କ୍ୟାନ୍ସର ପୀଡିତ ଶିଶୁଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଜଟଣୀରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ l

➡️୧୧-ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ-ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେଲା କ୍ରୁଟ୍ l ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ରୁଟକୁ ମିଳିଲା ଏହି ପୁରସ୍କାର l

➡️୧୨- ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୩-ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ l

➡️୧୪-ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ l

➡️୧୫-ଗାଜାର ହମାସ୍‌ ଆତଙ୍କବାଦୀକୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା l ହମାସ୍‌କୁ ଆର୍ଥିକ, ଲଜିଷ୍ଟିକାଲ ଓ ସାମରିକ ସହାୟତା ଯୋଗାଇବାରେ ଇରାନର ଭୂମିକା ରହିଥିବା ଆମେରିକା କହିଛି।

➡️୧୬-ମିଆଁମାରରେ ଭୂମିକମ୍ପ ଝଟ୍‌କା ଅନୁଭୂତ l ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ l ଏବେସୁଦ୍ଧା ଭୂମିକମ୍ପଜନିତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ l

➡️୧୭-୨୨ ଦିନରେ ପହଞ୍ଚିଲାଣି ଇସ୍ରାଏଲ ଓ ହମାସ ଯୁଦ୍ଧ l ଗାଜା ଉପରେ ଜୋରଦାର ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ l ମୋବାଇଲ ଓ ଇଣ୍ଟରନେଟ୍‌ ସେବା ହେଲା ଠପ୍‌ l

➡️୧୮-ବିଶ୍ବକପ କ୍ରିକେଟ : ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ,ବାଂଲାଦେଶ-​ନେଦରଲ୍ୟାଣ୍ଡ୍‌ସ ମୁକାବିଲା l

➡️୧୯-ସୁଲତାନ ଜୋହର କପ୍‌ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ ୩-୩ରେ ହେଲା ଡ୍ର l ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଆଜି ଆୟୋଜକ ମାଲେସିଆ ବିପକ୍ଷରେ ଖେଳିବ।

➡️୨୦-ସ୍ୱର୍ଣ୍ଣ ଜିତି ଶତକର ଇତିହାସ ଲେଖିଲା ଭାରତ: ପ୍ରଥମ ଥର ଏସୀୟ ପାରା କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ଛୁଇଁଲା l

➡️୨୧-ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ! ୫ମ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା l ଶେଷ ୱିକଟେରେ ଜିତିଲା ଦକ୍ଷିଣ ଆଫ୍ରିକା l


No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...