AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ରହସ୍ୟରେ ପରିପୂର୍ଣ ମଙ୍ଗଳ ଗ୍ରହ

COASTAL NEWS ODIA 1306

ରହସ୍ୟରେ ପରିପୂର୍ଣ ମଙ୍ଗଳ ଗ୍ରହ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ମଙ୍ଗଳ ଗ୍ରହ ରହସ୍ୟରେ ପରିପୂର୍ଣ । ଅନେକ ଥର ଏହି ଗ୍ରହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଯାହା ସମସ୍ତଙ୍କୁ ଚକିତ କରିଦିଏ । ଏହିପରି ଏକ ଫଟୋ ବର୍ତ୍ତମାନ ଟ୍ୱିଟରରେ ଭାଇରାଲ ହେଉଛି । ଯେଉଁଥିରେ ଲାଲ ଗ୍ରହରେ ଏକ ବିଶାଳକାୟ ଗର୍ତ୍ତ ନଜର ଆସିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଥିରେ ପାଣି ନୁହେଁ ବରଂ ବରଫ ହିଁ ବରଫ ରହିଛି । ବୈଜ୍ଞାନିକମାନେ ଏହାକୁ ଦେଖିବା ପରେ, ତାଙ୍କ ମନରେ ଆଶା ଉତ୍ପନ୍ନ ହୋଇଥିଲା କି ବୋଧହୁଏ ଲାଲ ଗ୍ରହରେ ଜୀବନର ପ୍ରମାଣ ମିଳିଛି । ତଥ୍ୟ ଅନୁସାରେ ୩.୫ ରୁ ୪.୫ ବିଲିୟନ ବର୍ଷ ପୂର୍ବେ ଏହି ଗ୍ରହରେ ସମୁଦ୍ର ଥାଇପାରେ ବୋଲି କୁହାଯାଉଛି ।

୨୦୦୩ ଜୁନ ମାସରେ ୟୁରୋପିୟ ସ୍ପେସ ଏଜେନ୍ସି ତରଫରୁ ମାର୍ସ ଏକ୍ସପ୍ରେସ ମିଶନ ଲଞ୍ଚ କରାଯାଇ ଥିଲା । ଯାହା ୬ମାସ ପରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା । ପରେ ଏହି ମଶିନରେ ଲାଗିଥିବା ହାଇ ରିଜୋଲ୍ୟୁସନ କ୍ୟାମେରାରେ ଉଠାଯାଇଥିବା କିଛି ଫଟୋ ବୈଜ୍ଞାନିକମାନଙ୍କ ନିକଟକୁ ଆସିଥଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ଫଟୋରେ ଏକ ସୁନ୍ଦର ବିଶାଳକାୟ ଗର୍ତ୍ତ ନଜର ଆସିଥିଲା । 
ଏହି ସ୍ଥାନକୁ ବୈଜ୍ଞାନିକମାନେ ‘କୋରୋଲେଭ କ୍ରାଟର’ ନାମରେ ନାମିତ କରିଲେ । ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ବିଶ୍ୱାସ କରିବା ଆରମ୍ଭ କରିଥିଲେ ଯେ, ମଙ୍ଗଳ ଗ୍ରହରେ ଜୀବନ ବିକାଶ ପାଇଁ ପୃଥିବୀ ଅପେକ୍ଷା ଅଧିକ ଅନୁକୂଳ ପରିବେଶ ରହିଛି ।

ବାସ୍ତବରେ ‘କୋରୋଲେଭ କ୍ରାଟର’ ମଙ୍ଗଳ ଗ୍ରହର ଉତ୍ତର ଭାଗରେ ଅବସ୍ଥିତ । ଏହା ପ୍ରାୟତଃ ୮୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିରହିଛି । ଏହା ଭଲ ଭାବରେ ସଂରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବରେ ବରଫରେ ଭରି ରହିଛି । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ମଙ୍ଗଳ ଗ୍ରହର କେନ୍ଦ୍ରରେ ପୁରା ବର୍ଷ ପ୍ରାୟ ୧.୮ କିଲୋମିଟର ପର୍ଯ୍ୟନ୍ତ ବରଫ ଜମା ହୋଇରହିଥାଏ । ଏଠାରେ ସବୁବେଳେ ବରଫ ରହିଥାଏ । ଏହା ‘କୋଲ୍ଡ ଟ୍ରାପ’ ଭାବରେ ମଧ୍ୟ ଜଣାଶୁଣା । ଏକ ଆକର୍ଷଣୀୟ ଘଟଣା ହେତୁ ଏଠାରେ ସର୍ବଦା ବରଫ ଜମା ହୋଇଥାଏ ।

‘କୋରୋଲେଭ କ୍ରାଟର’ର ଚଟାଣ ଖୁବ ଗଭୀର, ଯାହା ପ୍ରାୟ ଦୁଇ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ରହିଛି । ‘କୋରୋଲେଭ କ୍ରାଟର’ର ସବୁଠାରୁ ଗଭୀର ଭାଗ, ଯେଉଁଥିରେ ବରଫ ରହିଛି, ତାହା ଏକ ପ୍ରାକୃତିକ ଥଣ୍ଡା ଜାଲ ରୂପରେ କାର୍ଯ୍ୟ କରିଥାଏ । ବରଫ ଉପରେ ଯାଉଥିବା ପବନ ଥଣ୍ଡା ହୋଇଯାଏ । ପରେ ଏହା ଏକ ପରସ୍ତ ହୋଇଯାଏ, ଯାହା ସିଧା ବରଫ ଉପରେ ନଜର ଆସେ । ଏହା ବରଫକୁ ତରଳିବା ପାଇଁ ଦେଇନଥାଏ ।
ଏହି ଥଣ୍ଡା ପବନ ‘କୋରୋଲେଭ କ୍ରାଟର’କୁ ସବୁଦିନ ପାଇଁ ବରଫରେ ପରିପୂର୍ଣ୍ଣ ରଖିଥାଏ । 

ରୁଷିଆର ମୁଖ୍ୟ ରକେଟ୍ ଇଞ୍ଜିନିୟର ତଥା ମହାକାଶଯାନ ଡିଜାଇନର୍ ସର୍ଗି କୋରୋଲେଭଙ୍କ ନାମରେ ଏହି କ୍ରାଟରର ନାମକରଣ କରାଯାଇଛି । ତାଙ୍କୁ ସୋଭିଏତ୍ ସ୍ପେସ୍ ଟେକ୍ନୋଲୋଜିର ଜନକ ମଧ୍ୟ କୁହାଯାଏ । ତେବେ ଏହି ବରଫର ସମୁଦ୍ରର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ସମୁଦ୍ରର ଫଟୋ ଦେଖିବା ପରେ ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ବୋଲି ଆଶା କରାଯାଉଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...