AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।

COASTAL NEWS ODIA 1019

ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ପ୍ରଥମ ଥର ପାଇଁ ଚିକିତ୍ସାସେବା ସୁବିଧା ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିପାଇଁ ଘରୋଇ ସହଭାଗୀଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଅନୁଗୋଳ, ବଡ଼ବିଲ, ଭଦ୍ରକ ଏବଂ ଝାରସୁଗୁଡ଼ାରେ ୧୦୦ରୁ ୨୦୦ ଶଯ୍ୟା ମଧ୍ୟରେ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଏବଂ ଝାରସୁଗୁଡ଼ାରେ ଏକ କର୍କଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟ‌େ‌ସବା ପାଇଁ ଭିତ୍ତିଭୂମିର ବିକାଶ କରିବା ହେଉଛି ମୋ ସରକାରର ପ୍ରାଥମିକତା। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ପ୍ରତିବଦ୍ଧ। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ଏକ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। 

ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଯାତ୍ରା ଦେଖିବାକୁ ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଖାପାଖି ଏକ କୋଟି ପରିବାରର ମନୋବଳ ବୃଦ୍ଧି କରିଛି। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପ୍ରମୁଖ ଭୂମିକା ଏଥିରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ସ୍ବାସ୍ଥ୍ୟାନୁଷ୍ଠାନ ସ୍ଥାପନ ପାଇଁ ଆମେ ସ୍ବାସ୍ଥ୍ୟ କ୍ଷେତ୍ରରେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଏହି ଚୁକ୍ତି ସ୍ବାକ୍ଷର ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ସମସ୍ତ ସହାୟତା ଏବଂ ସୁବିଧା ପ୍ରଦାନ କରିବେ ବୋଲି କହିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାରେ ରୂପାନ୍ତରଣ କରାଯାଉଛି। ସୁଲଭ ଏବଂ ସମନ୍ବିତ ସ୍ବାସ୍ଥ୍ୟସେବା ପାଇଁ ସରକାର ପ୍ରତିବଦ୍ଧ। ଚୁକ୍ତିନାମା ଅନୁସାରେ, ଅନୁଗୋଳ ଏବଂ ବଡ଼ବିଲରେ ଉତ୍କଳ ହେଲ୍‌ଥ କେୟାର ଏବଂ ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର କନସୋର୍ଟିୟମ ପକ୍ଷରୁ ୨୦୦ ଶଯ୍ୟାବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ପ୍ରକଳ୍ପ ବିକଶିତ କରାଯିବ। 

ସେହିପରି ଭଦ୍ରକ ଏବଂ ଝାରସୁଗୁଡ଼ାରେ ସାଇଗନସ୍ ମେଡିକେୟାର ଏବଂ ପ୍ରିଣ୍ଟ୍ ଲିଙ୍କ୍ କମ୍ପ୍ୟୁଟର ଏବଂ କମ୍ୟୁନିକେସନ୍ କନସୋର୍ଟିୟମ ଦ୍ବାରା ୧୦୦ ଶଯ୍ୟା ବିଶିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଝାରସୁଗୁଡ଼ାରେ ୧୨୦ ଶଯ୍ୟାବିଶିଷ୍ଟ ଏକ କ୍ୟାନ୍‌ସର କେୟାର ସୁପର ସ୍ପେସିଆଲିଟି ହସ୍ପିଟାଲ ଭାଇଜାଗ୍‌ ହସ୍ପିଟାଲ୍ସ ଆଣ୍ଡ୍ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ଦ୍ବାରା କାର୍ଯ୍ୟକାରୀ ହେବ। ସରକାର ଜମି ଯୋଗାଇବା ସହ ନିର୍ମାଣ ଏବଂ ଆବଶ୍ୟକ ଭିତ୍ତିଭୂମି ଯୋଗାଯୋଗ ପାଇଁ ପୁଞ୍ଜି ସହାୟତା କରିବେ। ପିପିପି ସହଭାଗୀ ୩୦ ବର୍ଷ ପାଇଁ ହସ୍ପିଟାଲ ନିର୍ମାଣ, ମାନବ ସମ୍ବଳ ନିୟୋଜନ ଏବଂ ଚିକିତ୍ସା ସେବା ପ୍ରଦାନ କରିବେ। କ୍ୟାନସର କେୟାର ହସ୍ପିଟାଲ ପାଇଁ ସରକାର ଜମି ସହ ହସ୍ପିଟାଲ ନିର୍ମାଣ ଏବଂ ଉପକରଣ ଯୋଗାଇ ଦେବେ। ଘରୋଇ ସହଭାଗୀ ପର୍ଯ୍ୟାପ୍ତ ମାନବ ସମ୍ବଳ ନିୟୋଜନ କରିବା ସହ ୧୫ ବର୍ଷ ପାଇଁ ଏହାର ପରିଚାଳନା, ତଦାରଖ କରିବ। 

୨୪x୭ ଟ୍ରମା କେୟାର, ଓପିଡି, ଆଇପିଡି ସେବା, ମଲ୍ଟି ସ୍ପେସିଆଲିଟି ଏବଂ ସୁପର ସ୍ପେସିଆଲିଟି ଚିକିତ୍ସା ସେବା ପ୍ରଦାନ କରିବାରେ ଏହି ସୁବିଧାଗୁଡ଼ିକ ପ୍ରଥମ ଏନ୍‌ଏବିଏଚ୍ ଡାକ୍ତରଖାନା ହେବ। ଏହି ହସ୍ପିଟାଲଗୁଡ଼ିକ ରାଜ୍ୟର ୬୦ ଲକ୍ଷ ଲୋକଙ୍କୁ ସେବା ଯୋଗାଇବ। ଏହାସହ ଭୁବନେଶ୍ବର, କଟକ ଏବଂ ଅନ୍ୟ ରାଜ୍ୟକୁ ଚିକିତ୍ସ‌ା ପାଇଁ ଯାଉଥିବା ରୋଗୀଙ୍କ ପକେଟ୍‌ ଖର୍ଚ୍ଚ ମଧ୍ୟ କମିବ। ଏହି ୫ଟି ପ୍ରକଳ୍ପ ୫୦୦ କୋଟି ଟଙ୍କାର ନିବେଶରେ ବିକଶିତ ହେବ। ଏଥିରେ ୩୫୦୦ରୁ ଅଧିକ ମେଡିକାଲ, ପାରାମେଡିକାଲ, ନର୍ସିଂ ଏବଂ ପ୍ରଶାସନିକ ବୃତ୍ତିଧାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ପିକେ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମହାତ୍ମା ଗାନ୍ଧୀ କ୍ୟାନ୍‌ସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଏମ୍‌ଡି ଡ. ମୂରଲି କ୍ରିଷ୍ଣା ଭୁନା, ସିଇଓ ଏଏମ୍‌ଏ ମନିମୁଥୁ, ଆର୍‌ଏମ୍‌ ଏ ପ୍ରତାପ କୁମାର, ଏଜିଏମ୍‌ ମହେନ୍ଦ୍ର କୁମାର ମହାରଣା ଉପସ୍ଥିତ ଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...