AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ଟ୍ରଙ୍କ୍‌ ଭିତରୁ ୩ ଭଉଣୀଙ୍କ ମୃତଦେହ

COASTAL NEWS ODIA 1021

 ଟ୍ରଙ୍କ୍‌ ଭିତରୁ ୩ ଭଉଣୀଙ୍କ ମୃତଦେହ



ପଞ୍ଜାବ - ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ଜଳନ୍ଧର ସହରରେ ୩ ଭଉଣୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ଘଟିଛି ମକ୍‌ସୁଦା ଥାନା ଅଧୀନ କାନପୁର ଅଞ୍ଚଳରେ। ଏଠାରେ ଏକ ଘର ବାହାରେ ୩ ଭଉଣୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସିଭିଲ୍‌ ହସ୍ପିଟାଲ ପଠାଇଛି।

ଏହି ଘଟଣାରେ ପେଲିସ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ ବିଳମ୍ବିତ ରାତିରେ ଝିଅମାନେ ନିଖୋଜ ହେବା ନେଇ ତାଙ୍କ ବାପା ବଡ଼ ଜୋର୍‌ରେ ପାଟି କରୁଥିଲେ। ଖବର ପାଇ ପୋଲିସ ମଧ୍ୟ ବିଳମ୍ବିତ ରାତିରେ ପହଞ୍ଚିଥିଲା। କିନ୍ତୁ ଯାଞ୍ଚ ପରେ ପୋଲିସ ଫେରିଯାଇଥିଲା।

ପରଦିନ ସକାଳେ ଯେତେବେଳେ ଅଞ୍ଚଳବାସୀ ସେହି ଗଳି ଦେଇ ଯାଇଥିଲେ, ତ ଝିଅମାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ।

ଅନ୍ୟପଟେ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଝିଅମାନଙ୍କ ବାପା ହିଁ ଏହି କାଣ୍ଡ କରିଛନ୍ତି। ସେମାନଙ୍କ କହିବା ହେଲା, ଝିଅମାନଙ୍କର ନିଖୋଜ ହେବାର କାହାଣୀ ରଚି ବାପା ନିଜର ଦୋଷ ଘୋଡ଼ାଇବାକୁୁ ଚେଷ୍ଟା କରୁଥିଲା। ପୋଲିସ ଏହି ଘଟଣାରେ ମାମଲାର ତଦନ୍ତ ଚାଲିଥିବା କହିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...