AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

COASTAL NEWS ODIA 1022

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ


ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରୁନି। ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି ଯାଇଥିଲା। ରେଳ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଟ୍ରାକ ଦବି ଯାଇଥିବା ସ୍ଥାନରେ ପୁନଃ ମେଟାଲ ଫିଲିଙ୍ଗ ପାଇଁ ଆସିଥିବା ଏକ ମାଲ ବାହି ଟ୍ରେନ ସେହି ସମାନ ଜାଗାରେ ହିଁ ଲାଇନ୍ଚ୍ୟୁତ ହୋଇଛି ।

ଫଳରେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥିତି ସ୍ଵାଭାବିକ ହୋଇନାହିଁ । ଅନେକ ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଟ୍ରାକଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ସେହିଭଳି ଲାଇନଚ୍ୟୁତ ବଗି ଟିକୁ ହଟାଯାଇଛି । ଘଟଣାସ୍ଥଳରେ ଦକ୍ଷିଣ ପୂର୍ବ ରେଳବାଇ ଜିଏମ, ଡି ଆରଏମଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...