AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଲାଇଭ କ୍ଲାସରେ ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର

COASTAL NEWS ODIA 1051

ଲାଇଭ କ୍ଲାସରେ ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର । ଲାଇଭ କ୍ଲାସରେ ହେଲା ଏମିତି । ହଠାତ ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଚପଲରେ ବାଡ଼େଇବାକୁ ଲାଗିଥିଲା । ଶିକ୍ଷକ ଜଣଙ୍କ ବି କିଛି ବୁଝି ପାରି ନଥିଲେ । 

ହଜାର ହଜାର ଛାତ୍ର ନିଜ ମୋବାଇଲରେ କ୍ଲାସ କରୁଥିବାବେଳେ ଦେଖିବାକୁ ପାଇଥିଲେ ଏମିତି କିଛି ଦୃଶ୍ୟ । ଛାତ୍ର ଜଣଙ୍କ ଏମିତି କାହିଁକି କଲେ ? ଏହା ପଛରେ କାରଣ କଣ । ଶିକ୍ଷକ ଲାଇଭ କ୍ଲାସରେ ଥିବା ସମୟରେ ଏପରି କାହିଁକି ହେଲା ? ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ଉଠିଛି ।

ଗୁରୁ ବିଦ୍ୟା ଦାନ କରନ୍ତି । ଗୁରୁଙ୍କ ସର୍ବୋଚ୍ଚ ଆସନରେ ରଖାଯାଇଥାଏ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ଦିବସ ମଧ୍ୟ ପାଳନ କରାଯାଏ । କିନ୍ତୁ ବର୍ତ୍ତମାନର ଭାଇରାଲ ଭିଡିଓ ଦେଖିବା ପରେ ସବୁ କିଛି ଫିକା ପଡ଼ି ଯାଇଛି । ଫିଜିକ୍ସ ଓ୍ଵାଲା ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ କ୍ଲାସ ଚାଲୁଥିବାବେଳେ ଏମିତି ଘଟଣା ଘଟିଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

ଶିକ୍ଷକଙ୍କୁ ତାଙ୍କ ନିଜ ଛାତ୍ର ଚପଲରେ ମାରିବା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ । ତେବେ ଛାତ୍ର ଜଣଙ୍କ ଏପରି କାହିଁକି କଲେ ତାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...