AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଆଜି ସରୁଛି ଦ୍ୱିତୀୟ ଡେଡ୍‌ଲାଇନ, ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍

COASTAL NEWS ODIA 1050

ଆଜି ସରୁଛି ଦ୍ୱିତୀୟ ଡେଡ୍‌ଲାଇନ, ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍




ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ଆଜି ସରୁଛି ୨ ହଜାର ଟଙ୍କିଆ ନୋଟ୍ ବଳଦ ଅବଧି । ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଦ୍ବିତୀୟ ସୁଯୋଗ ଦେଇଥିଲା ତାହା ଆଜି ଶେଷ ହେଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏବେବି ୧୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା।

ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିବା ଓ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ୪ ମାସ ଅର୍ଥାତ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ବିଦେଶରେ ବାସ କରୁଥିବା ଭାରତୀୟମାନଙ୍କୁ ନଜରରେ ରଖି ନୋଟ୍ ବଦଳର ମହଲତକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। 

ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ରହିଛି ସେଗୁଡ଼ିକୁ ବଦଳାଇବା ପାଇଁ ସେମାନଙ୍କ ପାଖରେ ଆଜି ମାତ୍ର ଗୋଟିଏ ଦିନ ରହିଛି। ବ୍ୟାଙ୍କଗୁଡ଼ିକ ପାଖକୁ ଫେରିଥିବା ୨୦୦୦ ଟଙ୍କିଆ ନୋଟଗୁଡ଼ିକ ମଧ୍ୟରୁ ୮୭ ପ୍ରତିଶତ ନୋଟକୁ ଗ୍ରାହକମାନେ ନିଜ ଖାତାରେ ଜମା କରିଥିବା ବେଳେ ଅବଶିଷ୍ଟ ନୋଟଗୁଡ଼ିକୁ ବଦଳାଇ ଅନ୍ୟାନ୍ୟ ନୋଟ୍ ନେଇଛନ୍ତି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...