AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଆଜିର ଖବର

COASTAL NEWS ODIA 1049

*ଖବର ଆଜିର*
*ତାରିଖ ୦୭/୧୦/୨୦୨୩,ଶନିବାର*



ଭୁବନେଶ୍ବର - ହାଙ୍ଗଝୌ ଏସୀୟ କ୍ରୀଡ଼ା ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । 

RBIଙ୍କ ନିଷ୍ପତ୍ତି ପରେ ୩୬୪ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ,  ଦିନକରେ ନିବେଶକଙ୍କ ୨ ଲକ୍ଷ କୋଟି ଟଙ୍କା ଲାଭ ।

ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଚିତ୍ତରଂଜନ ତ୍ରିପାଠୀ ହୋଇଛନ୍ତି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ନୂଆ ନିର୍ଦ୍ଦେଶକ । ଦିଲ୍ଲୀରେ ଥିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।  

ମହାଦେବ ଅନଲାଇନ ଗେମିଂ ମାମଲା: ଇଡିକୁ ମେଲରେ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର ।

ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦିଙ୍କୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ମିଳିବ।

ସୁପ୍ରିମ୍‌କୋର୍ଟଙ୍କ ରାୟ: ଭିଡ଼ିଓ କନଫରେନ୍ସ ଶୁଣାଣିକୁ ମନା କରିପାରିବେନି ହାଇକୋର୍ଟ ।

ଏସିଆନ ଗେମ୍ସ ୨୦୨୩: ଇତିହାସ ରଚିବ ଭାରତ;୧୦୦ ପଦକ ପକ୍କା, ହକିକୁ ସ୍ୱର୍ଣ୍ଣ, କ୍ରିକେଟ୍‌ରେ ଆଫଗାନିସ୍ତାନ ସହ ଫାଇନାଲ୍ ଫାଇଟ୍ ।

ବିଶ୍ୱକପ୍‌-୨୦୨୩: ନେଦରଲାଣ୍ଡ୍‌ସକୁ ୮୧ ରନ୍‌ରେ ହରାଇଲା ପାକିସ୍ତାନ ।

ମାଲକାନଗିରି ପାଇଁ ନୂଆ ଟିମ୍‌, ଅନୁମୋଦନ ଦେଲେ ବିଜେଡି ସୁପ୍ରିମୋ ।

ଆସନ୍ତା ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ତାନଜିଆନର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ । ।

ଅନଲାଇନ ବେଟିଂ ଆପ ମାମଲାରେ ଫସିଗଲେ କଳାକାର: ଇଡି ରାଡାରରେ ବଲିଉଡ କଳାକାର ।

ଭାରତରେ କାରବାର ବିକ୍ରି କରିପାରେ ୱାଲ୍ଟ ଡିଜନୀ, କିଣିବାକୁ ଦୌଡ଼ରେ ଆଦାନୀ ଓ ଅମ୍ବାନୀ ।

ନିର୍ବାଚନ ତାତି ଭିତରେ ‘ପୋଷ୍ଟର ୱାର’: ମୋଦୀଙ୍କୁ ମିଛୁଆ କହିଲା କଂଗ୍ରେସ, ରାହୁଲଙ୍କୁ ରାବଣ କହିଲା ବିଜେପି ।

           

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...