AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଶ୍ରୀଲକ୍ଷ୍ମୀବରାହଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଅର୍ଥରାଶି ଘୋଷଣା

COASTAL NEWS ODIA 1048

ଆଳିର ଆରାଧ୍ଯ ଦେବତା ଶ୍ରୀଲକ୍ଷ୍ମୀବରାହଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଅର୍ଥରାଶି ଘୋଷଣା



ଆଳି - ଓଡ଼ିଶା ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଥିବା ମଠ ଓ ମନ୍ଦିରର ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ ପାଇଁ ବଦ୍ଧପରିକର । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀଲକ୍ଷ୍ମୀବରାହଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଅର୍ଥରାଶି ଘୋଷଣା କରିଛନ୍ତି । 

ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୭ କୋଟି ୭୪ ଲକ୍ଷ ୧୩୭ ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ କଟକ ଆରଆଣ୍ଡବି ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। 

ଏହା ଜାଣିବା ପରେ ଲକ୍ଷ୍ମୀବରାହ ଜୀଉ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଆଳି ରାଜା ବ୍ରଜ କେଶରୀ ଦେବ ଓ ଟ୍ରଷ୍ଟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଳି ବିଧାୟକ ତଥା ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...