AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଓଡ଼ିଆ ପୁଅ ଚିତ୍ତରଞ୍ଜନ ଏନ୍‌ଏସ୍‌ ଡି ନିର୍ଦେଶକ

COASTAL NEWS ODIA 1047

ଓଡ଼ିଆ ପୁଅ ଚିତ୍ତରଞ୍ଜନ ଏନ୍‌ଏସ୍‌ ଡି ନିର୍ଦେଶକ




ନୂଆଦିଲ୍ଲୀ - ଓଡ଼ିଶା ପାଇଁ ଯୋଡ଼ିହେଲା ଆଉ ଏକ ଗୌରବ ମୟ ଅଧ୍ୟାୟ । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା( ଏନ୍‌ଏସ୍‌ ଡି )ର ନିର୍ଦେଶକଭାବେ ଅବସ୍ଥାପିତ ହୋଇଛନ୍ତି ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ। 

ଭଦ୍ରକ ଜିଲା ଚାନ୍ଦବାଲିରେ ଜନ୍ମିତ ଚିତ୍ତରଞ୍ଜନ ୟୁନିଭର୍ସିଟି ଅଫ୍ ହାଇଦରାବାଦ, ଏନ୍‌ଏସ୍‌ଡିରୁ ଶିକ୍ଷାପ୍ରାପ୍ତ ହୋଇଛନ୍ତି। ଏକାଧାରରେ ଜଣେ ଅଭିନେତା, ଲେଖକ, ନିର୍ଦେଶକ, ସଙ୍ଗୀତକାର ଓ ନିର୍ମାତା ଭାବେ ସେ ପରିଚିତ । ଏକାଧିକ ମଞ୍ଚ ନାଟକରେ ସେ ଅଭିନୟ ଓ ନିର୍ଦେଶନା ଦେଇଛନ୍ତି। ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ସେ ଜଣେ ଚର୍ଚ୍ଚିତ ଚେହେରା। 

ତାଙ୍କ ନିର୍ଦେଶିତ ଓଡ଼ିଆ ଚିତ୍ର ‘ଧଉଳି ଏକ୍ସପ୍ରେସ୍’, ‘ମୁଖ୍ୟମନ୍ତ୍ରୀ’ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ତାଙ୍କର ନୂତନ ନିଯୁକ୍ତି ଖବର ଓଡ଼ିଆ ନାଟକ, ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷଙ୍କୁ ଉଲ୍ଲସିତ କରିଛି । ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି l

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...