AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

କଟକ-କେନ୍ଦ୍ରାପଡ଼ା ରାସ୍ତାରେ ରାହାଜାନି ଘଟଣା ଅଭିଯୋଗକାରୀ ଗିରଫ୍

COASTAL NEWS ODIA 1046


କଟକ-କେନ୍ଦ୍ରାପଡ଼ା ରାସ୍ତାରେ ରାହାଜାନି ଘଟଣା ଅଭିଯୋଗକାରୀ ଗିରଫ୍ 



ନିଶ୍ଚିନ୍ତକୋଇଲି - କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ରାଣୀପଡ଼ା-ପଟ୍ଟନାୟକ ରୋଡ୍ ମଧ୍ୟବର୍ତ୍ତୀ ସ୍ଥାନରେ ଗତ ୩ ତାରିଖରେ ରାହାଜାନି ନେଇ ଅଭିଯୋଗ ଥାନାରେ କରାଯାଇଥିଲା। ଏହି ଘଟଣାରେ ଅଭିଯୋଗକାରୀକୁ ପୁଲିସ୍ ଗିରଫ କରଛି। ଅଭିଯୁକ୍ତ ଜଣକ ହେଲା, ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଅଞ୍ଚଳର ସୁରଜ ଖାଁ ଅଭିଯୋଗକାରୀ ନିଜେ ଲୁଟ୍ ନାଟକ ରଚିଥିବା ସମ୍ପର୍କରେ ଜାଣିବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ଗତ ବୁଧବାର ପୀରବଜାର ଅଞ୍ଚଳର ସୁରଜ ଖାଁ ଲିଖିତ ଅଭିଯୋଗ କରିଥିଲେ ଯେ; ଏକ ଟାଟା ଏସିଇ ଗାଡ଼ିରେ ସେ ବିସ୍କୁଟ୍ ନେଇ ପଟ୍ଟାମୁଣ୍ଡାଇ ବଜାରକୁ ଯାଇଥିଲେ। ସେଠାରେ ବ୍ୟବସାୟୀମାନଙ୍କୁ ବିସ୍କୁଟ୍ ଦେବା ସହ ଟଙ୍କା ଆଦାୟ କରି ଅପରାହ୍‌ଣ ୪ଟାରେ କଟକ ଅଭିମୁଖେ ଫେରୁଥିଲେ ରାଣୀପଡ଼ା-ପଟ୍ଟନାୟକ ରୋଡ୍ ମଧ୍ୟବର୍ତ୍ତୀ ସ୍ଥାନରେ ୩ ଜଣ ଯୁବକ ଆସି ଟାଟା ଏସିଇ ଗାଡ଼ି ଆଗରେ ବାଇକ୍ ରଖିଥିଲେ। 

ଏହାପରେ ସେମାନେ ଡ୍ରାଇଭର୍‌ଙ୍କୁ ମାଡ଼ ମାରିବା ତାଙ୍କ ପକେଟ୍‌ରେ ଥିବା ୩ ହଜାର ୩୦୦ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ।ଏହାପରେ ଦୁଇଜଣ ତାଙ୍କ ପେଟରେ ଛୁରି ଲଗାଇ ଧମକ ଦେବା ସହ ବ୍ୟବସାୟୀମାନଙ୍କ ନିକଟରୁ ଆଦାୟ ହୋଇଥିବା ୭୦ ହଜାର ଟଙ୍କା ଲୁଟି ନେଇଥିଲେ ବୋଲି ସୁରଜ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

      ସୁରଜକୁ ଜେରା କରିବା ସମୟରେ ତା’ର କଥାରେ ତାଳମେଳ ନ ରହିବାରୁ ପୁଲିସ୍‌ ଜାଣିବାକୁ ପାଇଲା ଯେ ସୁରଜ ଖାଁ ନିଜେ ଏପରି ଲୁଟ୍‌ ନାଟକ ରଚି ରାହାଜାନି ରୂପ ଦେଇଛି। ଏହାପରେ ନିଶ୍ଚିନ୍ତକୋଇଲି ଆଇଆଇସି ଯୁଗଳ କିଶୋର ଦାସଙ୍କ ନେତୃତ୍ବରେ ପୀରବଜାର ଅଞ୍ଚଳରେ ଚଢ଼ଉ କରି ଟଙ୍କା ଜବତ କରିବା ସହ ସୁରଜକୁ କୋର୍ଟଚାଲାଣ କରାଯାଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...