AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ପାରାକ୍ୱେଟ୍’କୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର

COASTAL NEWS ODIA 1045

ପାରାକ୍ୱେଟ୍’କୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର



ଭୁବନେଶ୍ଵର - CN- ତୃଣନାଶକ ହର୍ବିସାଇଡ୍ ‘  ସାର୍ବଜନୀନ ପାରାକ୍ୱେଟ୍’କୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାରନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣକରିଛନ୍ତି | 

ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଏହାର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । ( କୀଟନାଶକ ଅଧିନିୟମ, ୧୯୬୮) 

ଏହି ଗବେଷଣା ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ରହିବା ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସଂପର୍କରେ ମତାମତ ପାଇବାପରେ ରାଜ୍ୟ ସରକାର ଓଡ଼ିଶାରେ ପାରାକ୍ୱେଟ୍ ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ। ‘ମୋ ସରକାର’ ଉପକ୍ରମରେ ହିତାଧିକାରୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ନିଷ୍ପତ୍ତି ନେଇଛି। 

ଅଧିକୃତ ବିକ୍ରେତାଙ୍କ ଦ୍ବାରା କୀଟନାଶକ ଓ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ଅଧିକୃତ ଅଧିକାରୀ ତଥା ବୈଜ୍ଞାନିକମାନଙ୍କ ପ୍ରେସ୍‌କ୍ରିପସନ୍‌କୁ ବାଧ୍ୟତାମୂଳକ କରିଛନ୍ତି। 

ପାରାକ୍ୱେଟ୍ ଯୋଗୁଁ କେବଳ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନା (ଭିମସାର)ରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ମେଡିସିନ୍ ବିଭାଗ ଡାକ୍ତର ଶଙ୍କର ରାମଚନ୍ଦାନୀ ସୂଚନା ଦେଇଛନ୍ତି। ଡାକ୍ତର ରାମଚନ୍ଦାନୀଙ୍କ ସମେତ ଅନେକ ସାମାଜିକ କର୍ମକର୍ତ୍ତା ଏହାକୁ ନିଷିଦ୍ଧ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...