AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା

COASTAL NEWS ODIA 1052

ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା



ମହାରାଷ୍ଟ୍ର - ଭଞ୍ଜ ବିହାରୀ ମହାନ୍ତି - ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖି ଟ୍ରେନ୍ ଦୁର୍ଘଟଣା ଘଟାଇବା ଯୋଜନା ପଣ୍ଡ ହେଲା। ଫଳରେ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା, ବଞ୍ଚିଗଲା ଶହ ଶହ ଜୀବନ । ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ବେଳେ ରେଲୱେ ଅଧିକାରୀଙ୍କ ସତର୍କତା ହେତୁ ସମ୍ଭାବ୍ୟ ବିପଦକୁ ଟଳା ଯାଇ ପାରିଛି।

ଶୁକ୍ରବାର ପୁଣେ- ମୁମ୍ବାଇ ଟ୍ରାକ୍‌ ଉପରେ ବିଭିନ୍ନ ସ୍ଥାନରେ ପଥର ଖଣ୍ଡ ରଖାଯାଇଥିଲା। କୌଣସି ଦୁର୍ବୃତ୍ତ ଏପରି କରିଥିବା ଅନୁମାନ କରାଯାଉଛି। ମାତ୍ର ରେଲୱେ କର୍ମଚାରୀ ଟ୍ରାକ୍‌ ଯାଞ୍ଚ ବେଳେ ଏହା ଦେଖିପାରି ତୁରନ୍ତ ପଥରଗୁଡ଼ିକୁ ହଟାଇଥିଲେ। ଫଳରେ ଟ୍ରେନ୍‌ ସ୍ୱାଭାବିକ ଭାବେ ଯାତ୍ରା କରିଥିଲେ। ଟ୍ରେନ୍‌ ଦୁର୍ଘଟଣା ଘଟାଇବା ଆଶଙ୍କାରେ କେହି ଏପରି ଷଡଯନ୍ତ୍ର କରି ଥାଇ ପାରେ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତ ୨ ତାରିଖରେ ବି ଉଦୟପୁର- ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏକ ବଡ଼ ଦୁର୍ଘଟଣାକୁ ବର୍ତ୍ତି ଯାଇଥିଲା। ଉକ୍ତ ଟ୍ରେନ୍‌ର ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖାଯାଇଥିବା ବେଳେ ତାହାକୁ କର୍ମଚାରୀମାନେ ସଫା କରିବା ପରେ ଟ୍ରେନ୍‌ଟି ସୁରୁଖୁରୁରେ ଗତି କରିଥିଲା।
ରାଜସ୍ଥାନ ପୁଲିସ୍‌ ଏହି ଘଟଣାର ତଦନ୍ତ କରି କିଛି ପିଲା ଖେଳିବା ସମୟରେ ଟ୍ରାକ୍‌ ଉପରେ ପଥର ଓ ବାଡ଼ି ରଖି ଚାଲି ଯାଇଥିବା କହିଥିଲ।

ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଠିକ୍‌ ସମୟରେ ଧରା ନ ପଡ଼ିଲେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ରେଳ ଅଧିକାରୀ ଅଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ରେଳଯାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି।  

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...