AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ମହିଳାଙ୍କ ପାଇଁ ଲଢ଼ି ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦି ପାଇବେ ନୋବେଲ୍‌ ଶାନ୍ତି ପୁରସ୍କାର

COASTAL NEWS ODIA 1040

ମହିଳାଙ୍କ ପାଇଁ ଲଢ଼ି ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦି ପାଇବେ ନୋବେଲ୍‌ ଶାନ୍ତି ପୁରସ୍କାର



 
ଷ୍ଟକ୍‌ହୋମ୍: ଭଞ୍ଜ ବିହାରୀ ମହାନ୍ତି - ଚଳିତ ବର୍ଷର ନୋବେଲ୍‌ ଶାନ୍ତି ବିଜେତାଙ୍କ ନାମ ଶୁକ୍ରବାର ଘୋଷଣା କରାଯାଇଛି। ଇରାନର ୫୧ ବର୍ଷୀୟା ମହିଳା ନର୍ଗିସ ମହମ୍ମଦି ପାଇବେ ଏହି ସମ୍ମାନଜନକ ପୁରସ୍କାର। ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି ନର୍ଗିସ। 

ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୩ ପ୍ରଦାନ କରିବାକୁ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। 

ନର୍ଗିସ ମହମ୍ମଦି ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ନର୍ଗିସ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...