AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ହେବ ଆହୁରି ଆରାମଦାୟକ

COASTAL NEWS ODIA 1041

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ହେବ ଆହୁରି ଆରାମଦାୟକ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଦେଶର ସବୁଠାରୁ ଲଗ୍‌ଜରୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ଆହୁରି ଆରାମଦାୟକ ହୋଇଯିବ । ଲୋକମାନେ ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍‌ରେ ଶୋଇକି ଯାତ୍ରାର ମଜା ନେଇ ପାରିବେ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଫଟୋ ‘ଏକ୍ସ’ରେ ସେୟାର କରି କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଡିଜାଇନ୍ ପ୍ରାୟତଃ ତିଆରି ହୋଇସାରିଛି ।

ବନ୍ଦେ ଭାରତ ସ୍ଲିପର କୋଚ୍ ଆଇସିଏଫ୍-ଇଣ୍ଟିଗ୍ରାଲ୍‌ କୋଚ୍ ଫ୍ୟାକ୍ଟ୍ରି ଏବଂ ବିଆଇଏମ୍ଏଲ୍-ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ଦ୍ୱାରା ତିଆରି କରାଯାଉଛି। ତେବେ ରେଳ ମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, cooming soon… early 2024।

ସୂଚନା ମୁତାବକ, ଆଗାମୀ ବର୍ଷର ପ୍ରଥମ ତିନି ମାସରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଟ୍ରାଏଲ ଆରମ୍ଭ ହେବ ଏବଂ ଏହାପରେ ଯାତ୍ରୀମାନଙ୍କ ପାଇଁ ଏହାର ସଞ୍ଚାଳନ ଆରମ୍ଭ କରାଯିବ । ହେଲେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କେଉଁ ରୁଟ୍ରେ ଚାଲିବ, ସେ ନେଇ କିଛି ସୂଚନା ମିଳିନାହିଁ ।
ସେୟାର କରାଯାଇଥିବା ଫଟୋରେ ସ୍ଲିପର କୋଚ୍ ବହୁତ ସୁନ୍ଦର ଦେଖାଯାଉଛି । ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ବହୁତ ଭଲ ସୁବିଧା ସୁଯୋଗ ରହିଛି । ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀମାନେ ଫାଇଭ୍‌ ଷ୍ଟାର ହୋଟେଲର ଅନୁଭୂତି ନେଇପାରିବେ ।

ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ ୨୦ରୁ ୨୨ଟି କୋଚ୍ ରହିପାରେ। ଏହି ଟ୍ରେନ୍‌ରେ ପ୍ରାୟ ୮୫୦ ବର୍ଥ ରହିପାରେ। ଟ୍ରେନ୍‌ରେ ଷ୍ଟାପଙ୍କ ପାଇଁ ଅଲଗା ସିଟ୍ ରହିବ। ଏହା ବ୍ୟତୀତ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ପାଇଁ ର‍୍ୟାମ୍ପ୍‌ ଓ ହ୍ଵିଲ୍‌ ଚେୟାରର ସୁବିଧା ମଧ୍ୟ ଉପଲବ୍ଧ କରାଯିବ।

ଦେଶର ଅତ୍ୟାଧୁନିକ ସେମି ହାଇ ସ୍ପିଡ ଟ୍ରେନ୍‌ରେ ୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ବଦଳାଇ ଦିଆଯାଇଥିଲା। ଟ୍ରେନ୍‌ରେ ୧୮ ସେଟ୍‌ର ପରିଚାଳନା ୨୦୧୭ ଜାନୁଆରୀରେ ହୋଇଥିଲା ଏବଂ ବନ୍ଦେ ଭାରତ ଏକ୍ସପ୍ରେସ୍ ୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିଲା । ଏହି ଟ୍ରେନ୍ ପ୍ରଥମେ ନୂଆଦିଲ୍ଲୀରୁ ବାରାଣସୀ ପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରିଥିଲା।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...